fbpx

ଏବେ ମାତ୍ର ୧୯ ଟଙ୍କାରେ ମାସେ ଆକ୍ଟିଭ ରହିବ ଆପଣଙ୍କ ସିମ୍: ଏହି କମ୍ପାନୀ ଲଞ୍ଚ କଲା ସବୁଠାରୁ ଶସ୍ତା ପ୍ଲାନ୍

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡ଼ିକ ଗତବର୍ଷ ସମସ୍ତ ପ୍ଲାନଗୁଡ଼ିକୁ ମହଙ୍ଗା କରିଦେଇଛି । ଏହି ପରିବର୍ତ୍ତନ ପରେ ସିମଗୁଡ଼ିକୁ ଆକ୍ଟିଭ ରଖିବା ବି ମହଙ୍ଗା ପଡୁଛି । କିନ୍ତୁ ଏବେ ଆପଣଙ୍କୁ ସିମ୍ ଆକ୍ଟିଭ ରଖିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ୟୁଜର୍ସ ଏବେ ପ୍ରତି ମାସରେ କେବଳ ୧୯ ଟଙ୍କା ରିଚାର୍ଜ କରି ମୋବାଇଲ ନମ୍ବରକୁ ଆକ୍ଟିଭ ରଖିପାରିବେ ।

ବିଏସଏନଏଲ ସିମ୍ ଆକ୍ଟିଭ ରଖିବା ପାଇଁ ଏବେ ସବୁଠାରୁ ଶସ୍ତା ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନ୍ ମାତ୍ର ୧୯ ଟଙ୍କାର ହୋଇଥିବା ବେଳେ ଏହା ୩୦ ଦିନ ପର୍ଯ୍ୟନ୍ତ ସିମକୁ ଆକ୍ଟିଭ ରଖିବ । ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆର ସିମ୍ ଆକ୍ଟିଭ ରଖିବା ପାଇଁ ସବୁଠାରୁ ଶସ୍ତା ପ୍ଲାନ୍ ୫୦ ଟଙ୍କାରୁ ଆରମ୍ଭ ହୋଇ ୧୨୦ ଟଙ୍କା ହୋଇଥିବା ବେଳେ ବିଏସଏନଏଲର ଏହି ପ୍ଲାନକୁ ନେଇ ୟୁଜର୍ସ ବହୁତ ଖୁସି ।

ଅବଶ୍ୟ ଏହି ପ୍ଲାନ୍ ୪ଜି ନେଟୱାର୍କ ସହ ଆସିବ । ରିପୋର୍ଟ ଅୁନସାରେ, ବିଏସନାଲର ୪ଜି ନେଟୱାର୍କ ଅଗଷ୍ଟ ୧୫ରେ ଭାରତରେ ଲଞ୍ଚ ହେବ । ଯଦି ଆପଣଙ୍କୁ କେବଳ ନମ୍ବର ଆକ୍ଟିଭ ରଖିବାର ଅଛି, ତେବେ ୧୯ ଟଙ୍କା ରିଚାର୍ଜ ପ୍ଲାନ୍ ସବୁଠାରୁ ବେଷ୍ଟ୍ । କମ୍ପାନୀ ଏହାର ନାଁ ରଖିଛି । ଏହି ରିଚାର୍ଜରେ ଅନ୍-ନେଟ୍ ଓ ଅଫ୍-ନେଟ୍ କଲ ରେଟ୍ ମିନିଟ୍ ପିଛା ୨୦ ପଇସା କଟିବ । ମାସକୁ ୧୯ ଟଙ୍କା ହିସାବରେ ଆପଣ ୨୨୮ ଟଙ୍କାରେ ବର୍ଷସାରା ସିମକୁ ଆକ୍ଟିଭ ରଖିପାରିବେ ।

Get real time updates directly on you device, subscribe now.