fbpx
BJD SKY
BJD SKY

ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା

BJD

ରାଇରଙ୍ଗପୁର(ଓଡ଼ିଶା ଭାସ୍କର): ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଏହାପରେ ଆଜିଠାରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z + ସୁରକ୍ଷା ଯୋଗାଇ ଦିଆଯାଇଛି। ଏବେ ତାଙ୍କୁ ସଶସ୍ତ୍ର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କ ଦ୍ୱାରା ଦିନରାତି Z + ବର୍ଗର ସୁରକ୍ଷା ମିଳିବ। ଦ୍ରୌପଦୀଙ୍କ ନାଁ ଘୋଷଣା ଓଡ଼ିଶା ରାଜନୀତି ସକ୍ରିୟ ହୋଇଛି। ଓଡ଼ିଆ ଝିଅ ଭାବେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିବାକୁ ବିଜେଡି ସଙ୍କେତ ଦେଇସାରିଛି।

ଅନ୍ୟପଟେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ମନ୍ଦିର ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ। ବିଭିନ୍ନ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ପୂର୍ଣ୍ଣେଶ୍ୱର ଶିବ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ବିଭିନ୍ନ ମନ୍ଦିରରେ ଦର୍ଶନ ସହ ଆର୍ଶୀବାଦ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ମନ୍ଦିର ପରିସର ଝାଡ଼ୁ କରିଛନ୍ତି ଦ୍ରୌପଦୀ। ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ଆଶ୍ରମ ଯାଇ ଆଲୋଚନା କରିଛନ୍ତି।

ପୂବାହ୍ନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି ବିଜେପି। ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଦ୍ରୌପଦୀ ମୁର୍ମୁ। ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି। ସେ ଓଡ଼ିଶାର ପ୍ରଥମ ଆଦିବାସୀ ନେତ୍ରୀ ଯିଏକି କୌଣସି ଭାରତୀୟ ରାଜ୍ୟର ରାଜ୍ୟପାଳ ହୋଇଥିଲେ। ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେଇ ୨୧ରେ ଫଳାଫଳ ଘୋଷଣା ହେବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନର ଅନ୍ତିମ ତାରିଖ ହେଉଛି ଜୁନ୍ ୨୯।

Get real time updates directly on you device, subscribe now.