fbpx
BSKY
BJD MC SKY
BJD MS SKY

ମହାରାଷ୍ଟ୍ରରେ ରାଜନୈତିନ ସଙ୍କଟ ବେଳେ ରାଜ୍ୟପାଳଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ତାଙ୍କୁ ଏଚଏନ ରିଲାଏନ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି, କୋଭିଡର ଗମ୍ଭୀର ନା ସାମାନ୍ୟ ଲକ୍ଷଣ ଅଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

ତେବେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ଅସୁବିଧାରେ ପଡିଛନ୍ତି । ତାଙ୍କର ବରିଷ୍ଠ ମନ୍ତ୍ରୀ ଏକନାଥ ସିନେ୍ଧ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଦ୍ରୋହ ପରେ ଶିବସେନାର କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଛି। ତେବେ ଏହା ମଧ୍ୟରେ ସିନ୍ଧେ ଏବଂ ତାଙ୍କର ସହଯୋଗୀ ବିଧାୟକ ସକାଳୁ ସକାଳୁ ଯାଇ ଗୁଆହାଟିରେ ପହଞ୍ଚିଛନ୍ତି। ସିନ୍ଧେ ଦାବି କରିଛନ୍ତି ଯେ, ତାଙ୍କ ସହିତ ୪୦ ବିଧାୟକଙ୍କ ସର୍ମଥନ ରହିଛି। ଯେଉଁଥିରୁ ୩୪ ଶିବସେନା ଏବଂ ୬ ନିର୍ଦଳୀୟ ଏବଂ ଅନ୍ୟ ଦଳର ଅଟନ୍ତି। ୪୦ ବିଧାୟକ ଏକ ସ୍ୱତନ୍ତ୍ର ବିମାନରେ ଯାଇ ଗୁଆହାଟିରେ ପହଞ୍ଚିଛନ୍ତି।

ଗୋଟିଏ ପଟେ ମହାରଷ୍ଟ୍ରରେ ଗଠବନ୍ଧନ ସରକାରକୁ ବିଜେପି ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟରେ ଗୁଆହାଟିରେ ତେଜପୁର ପାଲାବ ଲୋଚାନ ଦାସ ବିଜେପି ସାଂସଦ ଏହି ବିଧାୟକମାନଙ୍କୁ ଗ୍ରହଣ କରିବା ପାଇଁ ଗୁଆହାଟୀରେ ପହଞ୍ଚିଥିଲେ। ବିଧାୟକଙ୍କ ଆଗମନ ପୂର୍ବରୁ ପାଲାବ ଲୋଚାନ୍ ଦାସଙ୍କୁ ବିମାନବନ୍ଦରରେ ଦେଖାଯାଇଥିଲା। ତେବେ ସେ ଗଣମାଧ୍ୟମ ସହ କଥା ହୋଇନଥିଲେ।

ସେ ବିମାନବନ୍ଦରର ଭିଆଇପି ପ୍ରବେଶ ଦ୍ୱାର ଭିତରକୁ ଯାଇଥିଲେ। କୁହାଯାଉଛି ଯେ ସେ ରାଜ୍ୟ ସରକାରଙ୍କ ତରଫରୁ ବିଧାୟକ ଗ୍ରହଣ କରିବାକୁ ସେ ବିମାନବନ୍ଦରରେ ପହଞ୍ଚିଛନ୍ତି। ତଥାପି, ଏହି ସୂଚନା ସୁତ୍ରରୁ ଗ୍ରହଣ କରାଯାଇଛି। ଏହାର କୌଣସି ନିଶ୍ଚିତତା ନାହିଁ।

Get real time updates directly on you device, subscribe now.