fbpx

ଏଣିକି ବରିଷ୍ଠ ନାଗରିକ ଭରିବେ Income Tax ରିଟର୍ଣ୍ଣ: ମିଳିବନି ଛାଡ଼୍, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସ ଦାଖଲ କରିବାର ପରିସରକୁ ବଢ଼ାଇ ଦେଇଛି ଆୟକର ବିଭାଗ । ଆୟକର ବିଭାଗ ଏପରି ଲୋକଙ୍କୁ ଟ୍ୟାକ୍ସ ଶ୍ରେଣୀରେ ସାମିଲ କରିଛି, ଯେଉଁମାନଙ୍କ ଆୟ ପ୍ରକୃତରେ ଟିକସଯୋଗ୍ୟ ନୁହେଁ । କିନ୍ତୁ ବର୍ତ୍ତମାନ ସେହି ଲୋକମାନେ ମଧ୍ୟ ଆୟକର ବିଭାଗ ଦ୍ୱାରା ଲାଗୁ ହୋଇଥିବା କିଛି ନିୟମ ଅଧୀନରେ ଆସିଛନ୍ତି । ସେଥିପାଇଁ ଏଥର ସେମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ୍ ଦାଖଲ କରିବା ଜରୁରୀ ହୋଇଛି ।

କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟ୍ୟାକ୍ସ ବୋର୍ଡ ବା ସିବିଡିଟିର ନୂଆ ନିର୍ଦ୍ଦେଶନାମା ଅନୁସାରେ, ବ୍ୟକ୍ତିବିଶେଷ ଓ ବୃତ୍ତିଗତମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ବାଧ୍ୟତାମୂଳକ ହେବ । ସେମାନଙ୍କର ଆୟ କର ଯୋଗ୍ୟ ସୀମା ମଧ୍ୟରେ ଆସୁ କି ନଆସୁ । ବର୍ତ୍ତମାନ ଆୟକର ଛାଡ ସୀମା ୬୦ ବର୍ଷରୁ କମ୍ ବ୍ୟକ୍ତିଙ୍କ ପାଇଁ ୨.୫ ଲକ୍ଷ ଟଙ୍କା, ୬୦ ରୁ ୮୦ ବର୍ଷ ବୟସର ଲୋକଙ୍କ ପାଇଁ ୩ ଲକ୍ଷ ଟଙ୍କା, ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛିି । କିନ୍ତୁ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ବ୍ୟବସାୟୀଙ୍କ ବିକ୍ରି ଟଙ୍କା ୬୦ ଲକ୍ଷ ଟଙ୍କାରୁ ଅଧିକ ବା ବୃତ୍ତିରୁ ଆୟ ୧୦ ଲକ୍ଷ ଉପରେ ରହିଛି, ସେମାନଙ୍କୁ ମଧ୍ୟ ବାଧ୍ୟତାମୂଳକ ଭାବେ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ।

ସେହିପରି ଯଦି ୬୦ ବର୍ଷରୁ କମ୍ ବ୍ୟକ୍ତି ବାର୍ଷିକ ଟିଡିଲସ କିମ୍ବା ଟିସିଏସ ଭାବରେ ୨୫,୦୦୦ ଟଙ୍କା କାଟିଛନ୍ତି, ତେବେ ତାଙ୍କୁ ମଧ୍ୟ ରିଟର୍ଣ୍ଣ ଦେବାକୁ ପଡିବ । ଅନ୍ୟପକ୍ଷରେ ଯଦି ଏହି ରିହାତି ୬୦ ବର୍ଷ ବୟସରେ ୫୦ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ହୁଏ, ତେବେ ତାଙ୍କୁ ରିଟର୍ଣ୍ଣ ମଧ୍ୟ ଦେବାକୁ ପଡିବ । ଇନକମ୍ ଟ୍ୟାକ୍ସର ନୂଆ ନିୟମ ଲାଗୁ ହୋଇଛି । ଯେଉଁମାନଙ୍କ ସଞ୍ଚୟ ଆକାଉଣ୍ଟରେ ବର୍ଷକୁ ୫୦ ଲକ୍ଷରୁ ଅଧିକ ଟଙ୍କା ଜମା ହେଇଛି, ସେମାନଙ୍କୁ ମଧ୍ୟ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ।

Get real time updates directly on you device, subscribe now.