fbpx
BSKY
BJD MC SKY
BJD MS SKY

ଇଛାଶକ୍ତି ଆଗରେ ହାର ମାନିଲା ବୟସ: ୫୩ ବର୍ଷ ବୟସରେ ମା’ ଆଣିଲେ ଏପରି ରେଜଲ୍ଟ, ବୁଲି ବୁଲି ମାର୍କସିଟ ଦେଖାଉଛି ପୁଅ

କୁହାଯାଏ ପାଠ ପଢିବାର କିଛି ବୟସ ନଥାଏ । ଶିଖିବାର ଇଚ୍ଛାଶକ୍ତି ଥିଲେ କୌଣସି ବାଧା ଆପଣଙ୍କୁ ଅଟକାଇ ପାରିବ ନାହିଁ । ବୟସ କେବଳ ଗୋଟେ ନମ୍ବର ବୋଲି ପ୍ରମାଣ କରି ଦେଖାଇଛନ୍ତି ଜଣେ ୫୩ ବର୍ଷିୟ ମହିଳା । ୩୭ ବର୍ଷ ପୂର୍ବରୁ ସ୍କୁଲ ଛାଡ଼ିଥିବା ଏହି ମହିଳା ବର୍ତ୍ତମାନ ୫୩ ବର୍ଷ ବୟସରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ପିଲା ମାନଙ୍କର ସଫଳତା ପଛର ରହସ୍ୟ ମା’ ବାପା ହୋଇଥାନ୍ତି । ମା’ ବାପା ପିଲାମାନଙ୍କର ସଫଳତାରେ ଗର୍ବ କରିଥାନ୍ତି ଏହା ତ ଆମେ ଜାଣିଛୁ । କିନ୍ତୁ ଆଜି ଆପଣମାନେ ଏପରି ଜଣେ ପୁଅର କଥା ଜାଣିବେ, ଯେ ନିଜ ମା’ଙ୍କ ସଫଳତାକୁ ସୋସିଆଲ ମିଡିଆ ଦ୍ୱାରା ସେୟାର କରି ଦୁନିଆକୁ ନିଜର ଖୁସି ଜାହିର କରିଛନ୍ତି । ୫୩ବର୍ଷରେ ମହିଳା ଜଣକ ଦଶମ ପାଶ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସୂଚନାନୁସାରେ ପ୍ରସାଦ ଜମ୍ଭାଲେ ନାମକ ଜଣେ ଇଞ୍ଜିନିୟର ସୋସିଆଲ ନେଟୱର୍କ ପ୍ଲାଟଫର୍ମ ଲିଙ୍କଡିନରେ ନିଜ ମା’ କଳ୍ପନାଙ୍କ ସଫଳତାର କାହାଣୀ ସେୟାର କରିଛନ୍ତି । କଳ୍ପନା ୫୩ ବର୍ଷରେ ନିଜର ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ (ଏସ ଏସ ସି) ପାଶ କରି ଜୀବନରେ ସବୁ ସମୟରେ ଶିଖିହେବ ବୋଲି ପ୍ରମାଣ କରି ଦେଖାଇଛନ୍ତି ।

୧୬ ବର୍ଷ ବୟସରେ ଯେତେବେଳେ କଳ୍ପନାଙ୍କ ବାପାଙ୍କ ମୃତ୍ୟୁ ହୋଇ ଯାଇଥିଲା ଅର୍ଥ ଅଭାବରୁ ନିଜର ପାଠ ପଢା ଛାଡ଼ି କାମ ଆରମ୍ଭ କରି ଦେଇଥିଲେ କଳ୍ପନା । କିନ୍ତୁ ଗତ ବର୍ଷ କଳ୍ପନା ଏକ ସରକାରୀ ସ୍କିମ ମାଧ୍ୟମରେ ଏସ ଏସ ସି ପରୀକ୍ଷା ଦେଇ ପାରିବେ ବୋଲି ଜାଣିଥିଲେ । ପରେ ଘର ଲୋକଙ୍କୁ ନଜଣାଇ ନାମ ଲେଖା ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ କଳ୍ପନା । ତାଙ୍କ ପାଠ ପଢିବା କଥା କାହାକୁ ବି ଜଣା ନଥିଲା । ଦଶମ ଶ୍ରେଣୀର ଫଳ ପ୍ରକାଶ ହେବା ପରେ ଘରଲୋକ କଳ୍ପନାଙ୍କ ପାଠ ପଢା କଥା ଜାଣିବାକୁ ପାଇଥିଲେ ।

ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ କଳ୍ପନା ପାଠ ପଢାରେ ଆଗୁଆ ରହି ୭୯.୬୦ ପ୍ରତିଶତ ମାର୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଧର୍ଯ୍ୟ ଆଉ ପରିଶ୍ରମ ଦ୍ୱାରା ମଣିଷ କିଛି ବି କରିପାରେ ଏହା କଳ୍ପନାଙ୍କ କାହାଣୀରୁ ଜଣା ପଡ଼ୁଛି । ଶିଖିବାର କୌଣସି ବୟସ ନଥାଏ ବୋଲି ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି କଳ୍ପନା ।

Get real time updates directly on you device, subscribe now.