fbpx

‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ, ଆସନ୍ତା ୨୪ରେ କଞ୍ଚାଲଙ୍କାରେ ଷ୍ଟିମ୍ରିଂ ହେବ କ୍ରାଇମ୍‌ ଓ ଆକ୍ସନ୍‌ଭରା ଓଡିଆ ୱେବ୍‌ସିରିଜ୍‌

ଭୁବନେଶ୍ବର: ନୂଆ କାହାଣୀ ଓ ନୂଆ ସ୍ବାଦ ସହ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଖୁବ୍‌ଶୀଘ୍ର ଓଡିଆ ୱେବ୍‌ସିରିଜ୍‌ କଞ୍ଚାଲଙ୍କାରେ ଆସୁଛି ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ। ଏହି ୱେବ୍‌ସିରିଜ୍‌ର କାହାଣୀଟି ସମ୍ପୂର୍ଣ୍ଣ ପୁରୀ ସହର ଉପରେ ଆଧାରିତ ହୋଇଛି। ପୁରୀର ଲୋକାଲ କଥା ଓ ଲୋକାଲା ଦାଦାଙ୍କୁ ଏହି ସିରିଜରେ ଦେଖିବାକୁ ମିଳିବ। କ୍ରାଇମ୍‌ ଓ ଆକ୍ସନ୍‌ଭରା ଏହି ୱେବ୍‌ସିରିଜ୍‌ ପୁରୀର ସାହି ଗଳିରୁ ଆରମ୍ଭ ହୋଇଥିବା ଗ୍ୟାଙ୍ଗଷ୍ଟର୍‌ମାନଙ୍କ ଜୀବନଯାତ୍ରାକୁ ଖୁବ୍‌ ନିଖୁଣ ଭାବେ ଦୃଶ୍ୟାୟନ କରାଯାଇଛି । ଯେଉଁଠି ଜମି ମାଫିଆଙ୍କ ଠାରୁ ଆରମ୍ଭ କରି ଭ୍ରଷ୍ଟ ରାଜନେତାମାନେ ନୀରବ ହୋଇ ପଛପଟେ କଳାକରନାମର ଚିତ୍ରିତ କରାଯାଇଛି। ୱେବ୍‌ସିରିଜ୍‌କୁ ଜୀବନ୍ତ କରିବା ପାଇଁ ଆଧ୍ୟାତ୍ମିକତା, ସଂସ୍କୃତି, ପ୍ରଥା ପରମ୍ପରା ଓ ବେଳାଭୂମିର ଦୃଶ୍ୟକୁ ନିଖୁଣ ଭାବେ ସିରିଜରେ ଛୁଙ୍କ ଦିଆଯାଇଛି।  ଆସନ୍ତା ୨୪ ତାରିଖରେ କଞ୍ଚାଲଙ୍କାରେ ଅପ୍‌ ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ ଦେଖିପାରିବେ ଦର୍ଶକ ।

‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ ମୁଖ୍ୟ ଭୁମିକାରେ କ୍ରିଷ୍ଣା କର, ଅମନ୍‌, ଚୌଧୁରୀ ଜୟ ପ୍ରକାଶ ଦାସ, ହର ରଥ, ରବି ମିଶ୍ର, ଅଙ୍କିତା ମହାନ୍ତି, ଭକ୍ତି ପ୍ରଣବ ରଥ, ଉଦିତ୍‌ ଗୁରୁ ଏବଂ ଆହୁରି ଅନେକ କଳାକାର । ଚିତ୍ରୋତ୍ତଳନ କରିଛନ୍ତି ଦୀପକ କୁମାର । ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ ଓ ଜଗଦୀଶ ମିଶ୍ର । କାହାଣୀ ଲେଖିଛନ୍ତି ପ୍ରଣବ ରଥ, ଅମିତ ଦାସ ଓ ଜଗଦୀଶ ମିଶ୍ର । ସାଉଣ୍ଡ୍‌ ଡିଜାଇନ୍‌ କରିଛନ୍ତି ଶକ୍ତି ସ୍ୱରୁପ ଓ ସମ୍ପାଦନା କରିଛନ୍ତି ରଶ୍ମିରଞ୍ଜନ ଦାସ । ଟେକ୍ନୋଆର୍ଟ ପ୍ରଯୋଜିତ ଏହି ୱେବ୍‌ସିରିଜ୍‌ର ପ୍ରଯୋଜକ ଅଛନ୍ତି ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ । ଏହା ଆସନ୍ତା ଜୁନ୍‌ ୨୪ରୁ ଓଟିଟି କଞ୍ଚାଲଙ୍କାରେ ଷ୍ଟିମ୍ରିଂ ହେବ । ଏନେଇ କଞ୍ଚାଲଙ୍କାର ପ୍ରତିଷ୍ଠାତା ଅକ୍ଷୟ କୁମାର ପରିଜା କହିଛନ୍ତି, ଏ ସିରିଜ୍‌ ଓଡ଼ିଆ ଦର୍ଶକଙ୍କ ପାଇଁ କିଛି ନୂତନତ୍ୱ ଆଣିବ ବୋଲି ମୋର ଆଶା ଓ ବିଶ୍ୱାସ । ନିକଟରେ ରିଲିଜ୍‌ ହୋଇଥିବା ଏହାର ଟ୍ରେଲର୍‌କୁ ବି ଭଲ ସମର୍ଥନ ମିଳିଛି ।

Get real time updates directly on you device, subscribe now.