fbpx

ଏଣିକି ‘Smart’ ଚଷମା ମାଧ୍ୟମରେ ଉଠାଇପାରିବେ କଲ୍, ଆବଶ୍ୟକ ପଡ଼ିବନି Smartphone

ନୂଆଦିଲ୍ଲୀ: ଆଜିର ଟେକ୍ନୋଲୋଜି ଯୁଗରେ ଆମେ ଚାରିପଟୁ ଇଲେକ୍ଟ୍ରୋନିକ ଗ୍ୟାଜେଟ ଦ୍ୱାରା ଘେରି ହୋଇ ରହିଛୁ, ଯେଉଁଥିରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ ଉପକରଣ ହେଉଛି ସ୍ମାର୍ଟଫୋନ୍ । ଯଦି ଏବେ ଚଷମା ବି ସ୍ମାର୍ଟଫୋନ୍ ଭଳି କାମ କରିବ , ତେବେ ଆପଣ ଏହାକୁ ବିଶ୍ୱାସ କରିପାରିବେ କି? ଯଦି ନା, ତେବେ ଜାଣିରଖନ୍ତୁ କି ମାର୍କେଟରେ ଅତ୍ୟାଧୁନିକ ‘ସ୍ମାର୍ଟ ଗ୍ଲାସ୍’ ଆସିଛି । ଏହା କମ୍ ଟଙ୍କାରେ ଉପଲବ୍ଧ ହେବା ସହ କମାଲର ଫିଚର୍ସ ରହିଛି ।

ଇଲେକ୍ଟ୍ରୋନିକ୍ସ ନିର୍ମାତା କମ୍ପାନୀ Noise ଏକ ନୂଆ ସ୍ମାର୍ଟ ଗ୍ଲାସ୍ ଲଞ୍ଚ କରିଛି, ଯେଉଁଥିରେ ଅନେକ ଆକର୍ଷଣୀୟ ଫିଚର୍ସ ରହିଛି । ଏହା ହେଉଛି Noiseର ପ୍ରଥମ ସ୍ମାର୍ଟ ଆଇୱିୟର ଓ ଏହା ଏକ ଲିମିଟେଡ ଏଡିସନ୍ ଡିଭାଇସ୍  । ଏହାର ମୂଲ୍ୟ ୫,୯୯୯ ଟଙ୍କା ଏବଂ ଆପଣ ଏହାକୁ Noiseର ଅଫିସିଆଲ୍ ୱେବସାଇଟରୁ କିଣି ପାରିବେ  ।

Noise i1 Smart Glassesକୁ ଭାରତରେ ତିଆରି କରାଯାଇଛି ଓ ଏଥିରେ ମୋସନ୍ ଏଷ୍ଟିମେସନ୍, ମୋସନ୍ କମ୍ପେନସେସନ୍ ଏବଂ ମ୍ୟାଗ୍ନେଟିକ୍ ଚାର୍ଜିଂ ଭଳି ଅନେକ ଆକର୍ଷଣୀୟ ଫିଚର୍ସ ଦିଆଯାଇଛି । ଏଥିରେ ଦିଆଯାଇଥିବା ମଲ୍ଟି-ଫଙ୍କସନାଲ ଟଚ୍ କଣ୍ଟ୍ରୋଲରୁ ଆପଣ ଅତି ସହଜରେ କଲ୍ ଉଠାଇପାରିବେ, ମ୍ୟୁଜିକ୍ କଣ୍ଟ୍ରୋଲ କରିପାରିବେ ଓ ଭଏସ୍ ଆସିଷ୍ଟାଣ୍ଟକୁ ବି ଆକ୍ଟିଭେଟ୍ କରିପାରିବେ ।

Get real time updates directly on you device, subscribe now.