fbpx

ମନ୍ଦିରରେ ଦର୍ଶନ କଲେ, ମନ୍ଦିର ପରିସର ଝାଡ଼ୁ କଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ: ଦେଖନ୍ତୁ Video

ରାଇରଙ୍ଗପୁର(ଓଡ଼ିଶା ଭାସ୍କର): NDA ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି । ଦ୍ରୌପଦୀଙ୍କ ନାଁ ଘୋଷଣା ରାଜନୀତି ସକ୍ରିୟ ହୋଇଛି । ଓଡିଆ ଝିଅ ଭାବେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିବାକୁ ବିଜେଡି ସଙ୍କେତ ଦେଇସାରିଛି ।

ଅନ୍ୟପଟେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ମନ୍ଦିର ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ନାଁ ଘୋଷଣା ପରେ ବିଭିନ୍ନ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ । ପୂର୍ଣ୍ଣେଶ୍ୱର ଶିବ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ବିଭିନ୍ନ ମନ୍ଦିରରେ ଦର୍ଶନ ସହ ଆର୍ଶୀବାଦ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ । ମନ୍ଦିର ପରିସର ଝାଡ଼ୁ କରିଛନ୍ତି ଦ୍ରୌପଦୀ ।

ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ଆଶ୍ରମ ଯାଇ ଆଲୋଚନା କରିଛନ୍ତି । ପୂବାହ୍ନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛି ବିଜେପି ।ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଦ୍ରୌପଦୀ ମୁର୍ମୁ ।

ତେବେ ୧୯୫୮ ମସିହା ଜୁନ୍ ୨୦ ତାରିଖରେ ଦୌପଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବୈଦାପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ । ତାଙ୍କର ସ୍ୱାମୀ ଏବଂ ଦୁଇ ପୁତ୍ରଙ୍କର ମୃତ୍ୟୁ ହୋଇସାରିଛି । ୨୦୦୦ ମସିହାରେ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଭାରତୀୟ ଜନତା ପାର୍ଟୀ ଏବଂ ବିଜୁ ଜନତା ଦଳର ମିଳିତ ସରକାର ସମୟରେ ୬ ମାର୍ଚ୍ଚ ୨୦୦୦ ରୁ ଅଗଷ୍ଟ ୨୦୦୨ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ୬ ଅଗଷ୍ଟ ୨୦୦୨ରୁ ମେ ୧୬ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶାର ପ୍ରଥମ ଆଦିବାସୀ ନେତ୍ରୀ ଯିଏକି କୌଣସି ଭାରତୀୟ ରାଜ୍ୟର ରାଜ୍ୟପାଳ ହୋଇଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେଇ ୨୧ରେ ଫଳାଫଳ ଘୋଷଣା ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନର ଅନ୍ତିମ ତାରିଖ ହେଉଛି ଜୁନ୍ ୨୯ ।

Get real time updates directly on you device, subscribe now.