fbpx
BSKY
BJD MC SKY
BJD YOUTH SKY

ଆପଣ ଘରେ କଣ୍ଟାଗଛ ଲଗାଇଥିଲେ ହୋଇଯାଆନ୍ତୁ ସାବଧାନ! ସ୍ୱାସ୍ଥ୍ୟ ସମସ୍ୟା ସହ ଆର୍ଥିକ କ୍ଷେତ୍ରରେ ପଡିବ ନକାରାତ୍ମକ ପ୍ରଭାବ

ନୂଆଦିଲ୍ଲୀ: ବାସ୍ତୁ ଶାସ୍ତ୍ରରେ ବୃକ୍ଷର ଅନେକ ମହତ୍ୱ ରହିଛି । ଗଛ ଲତା ଅକ୍ସିଜେନ୍‌ ଦେବା ସହ ପରିବେଶକୁ ସନ୍ତୁଳିତ ବି କରିଥାଏ । ଖାଲି ଏତିକି ନୁହେଁ ଘରର ଚର୍ତୁାଶ୍ୱରେ ଥିବା ବୃକ୍ଷ ମଣିଷର ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇଥାଏ । ଏହା କେତେବେଳେ ଶୁଭଫଳ ଦେଇଥାଏ ତ ଆଉ କେତେବେଳେ ଅଶୁଭ । ଏମିତି ଅନେକ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଫଳରେ ଏହିସବୁ ଗଛକୁ କେବେ ହେଲେ ଘରେ ଲଗାଇବା ଉଚିତ୍‌ ନୁହେଁ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କଣ୍ଟା ଗଛ ଲଗାଇବା ଉଚିତ ନୁହେଁ । ଏହି ଗଛ ନକାରାତ୍ମକ ପ୍ରଭାବ ଦେଇଥାଏ । ଏମିତିକି କଳି ଝଗଡା ହେବାର ଆଶଙ୍କା ରହିଥାଏ । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ ।ଅଶୋକ ଗଛରୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ । ବାସ୍ତୁ ଅନୁସାରେ ଏହି ଗଛଟି ସବୁବେଳେ ଘରର ମୁଖ୍ୟ ଦ୍ୱାରରେ ରହିବ ଆବଶ୍ୟକ । ଯଦି ଅଶୋକ ଗଛ ଶୁଖିଯାଏ ତେବେ କୁହାଯାଏ ଯେ ଘରର ସୁଖ ଓ ଶାନ୍ତିରେ ବାଧା ଆସିଥାଏ । ଘରେ କଳହ ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଗଛ ଗୁଡିକର ଏହିସବୁ ସୂଚନା ଆମକୁ ଜୀବନ ପ୍ରତି ସତର୍କ କରିଥାଏ ।

ଅରଖ ଗଛ ଏହା ଆମ ଜୀବନରେ ଆସୁଥିବା ସବୁ ବାଧାବିଘ୍ନକୁ ଦୂର କରିଥାଏ । ଯେଉଁ ଘରେ ଆପେ ଆପେ ଅରଖ ଗଛ ଉଠିଥାଏ ସେ ଘରେ କୌଣସି ଅଭାବ ରହେ ନାହିଁ । ଘରେ ଧନଧାନ୍ୟରେ ଘର ପୂରି ଉଠେ । ବାସ୍ତୁଶାସ୍ତ୍ର ଅନୁସାରେ ଘର ସମ୍ମୁଖରେ ଏହି ଗଛ ଉଠିଲେ ତାକୁ ଉପାଡିବା ଅନୁଚିତ୍‌ । ଅଶ୍ୱତ୍ଥ ଗଛ ଘର ପାଖରେ ରହିଲେ ଏହା ନକାରାତ୍ମକ ଶକ୍ତି ପକାଇଥାଏ । ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ବା ଆଖ ପାଖରେ ଲଗାନ୍ତୁ ନାହିଁ । ବା ରହିବାକୁ ଦିଅନ୍ତୁ ନାହିଁ । ଏହାଦ୍ୱାରା ଧନହାନୀ ହୋଇଥାଏ । ଯଦି ବି ଏହା ଆପଣଙ୍କ ଘରେ ଉଠିଥାଏ, ତେବେ ଆପଣ ଏହାକୁ ମନ୍ଦିରରେ ଲଗାଇ ପାରିବେ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ବର ଗଛ ଘର କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନର ପୂର୍ବ ଦିଗରେ ରହିଲେ ଖୁବ୍‌ ଭଲ । ଏହି ଦିଗରେ ଗଛ ରହିଲେ ଘରେ କୌଣସି ପ୍ରକାରର ଅଭାବ ଅସୁବିଧା ରହେ ନାହିଁ । କିନ୍ତୁ ଯଦି ଘରର ପଶ୍ଚିମ ଦିଗରେ ବର ଗଛ ରହିଛି ତାହେଲେ ଅଶୁଭ ହୋଇଥାଏ । ଏପରିକି ଗଛର ଛାଇ ଘର ଉପରେ ପଡିଲେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ । ଘରେ ଡାଳିମ୍ବ ଗଛ ରହିଲେ ଖୁବ୍‌ ଶୁଭଫଳ ମିଳିଥାଏ । କିନ୍ତୁ ଅଗ୍ନି ଓ ନୈରତ୍ୱ କୋଣରେ ଏହି ଗଛ ଲଗାଇବା ଅନୁଚିତ୍‌ । ଏହା ନକରାତ୍ମକ ଶକ୍ତି ଉତ୍ପନ କରିଥାଏ । ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ ହଳଦୀ ଗଛ ଘର ପରିସରରେ ରହିବା ଅନୁଚିତ୍‌ । ଯଦି ଏହି ଗଛ ଆପଣାଛାଏଁ ଘରେ ଉଠେ ତେବେ ତାକୁ ଉପାଡି ଫିଙ୍ଗି ଦେବା ଉଚିତ୍‌ । ଏହି ଗଛ ରହିଲେ ଘର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।

Get real time updates directly on you device, subscribe now.