fbpx

୮ କୋଟିର ରଲ୍ସ ରଏସ୍ ଚଲାଉଥିବା ଶିବସେନା ନେତାଙ୍କ ଉପରେ ୩୫ ହଜାର ଟଙ୍କାର ବିଜୁଳି ଚୋରି ଅଭିଯୋଗ

ମୁମ୍ବାଇ: ୮କୋଟି ଟଙ୍କାର ଆରାମଦାୟକ କାର୍ ରଲ୍ସ ରଏସ୍ କିଣିଥିବା ଶିବସେନା ନେତାଙ୍କ ଉପରେ ନିକଟରେ ବିଜୁଳି ଚୋରୀର ଆରୋପ ଲାଗିଛି । ତାହା ବି ୩୫ ହଜାର ଟଙ୍କାର । ସେ ହେଉଛନ୍ତି ଶିବସେନା ପଦାଧିକାରୀ ସଞ୍ଜୟ ଗାୟକୱାଡ୍ । ତେବେ ସଞ୍ଜୟଙ୍କ ଉପରେ ବିଜୁଳି ଚୋରୀର ଅଭିଯୋଗ ନେଇ ଏଫଆଇଆର୍ ହେବା ପରେ ସେ ଜୋରିମାନା ଭରିଛନ୍ତି । ଅନ୍ୟପଟେ ଶିବସେନା ନେତା ବିଜୁଳି କମ୍ପାନୀ ଉପରେ ମିଥ୍ୟା ଆରୋପ ଲଗାଇଥିବା ଅଭିଯୋଗ କହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, କଲ୍ୟାଣର ଗାୟକୱାଡ୍ ଙ୍କ ବିରୋଧରେ ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ ଲିମିଟେଡ୍ (ଏମଏସଇଡିସିଏଲ୍) ଏଫଆଇଆର୍ ଦେଇଥିଲେ । ବିଜୁଳି କମ୍ପାନୀ ପକ୍ଷରୁ ଅଭିଯୋଗ କରିବା ପରେ ତୁରନ୍ତ ୩୪ ହଜାର ୮୪୦ ଟଙ୍କାର ବିଲ୍ ପଠାଇଦିଆଯାଇଥିଲା । ଏହାପରେ ତିନିମାସ ପର୍ଯ୍ୟନ୍ତ ବିଲ୍ ନ ଭରିବାରୁ ତାଙ୍କ ବିରୋଧରେ ପୁଲିସ୍ ଷ୍ଟେସନ୍ ରେ ଅଭିଯୋଗ କରାଯାଇଥିଲା ।

ଅନ୍ୟପଟେ ଏମଏସଇଡିସିଏଲ୍ ର ପ୍ରବକ୍ତା ବିଜୟସିଂହ ଦୁଧଭାତେ କହିଛନ୍ତି ଯେ, ପୁଲିସ୍ ଷ୍ଟେସନରେ ଏଫଆଇଆର୍ ପରେ ଗାୟକୱାଡ ସୋମବାର ନିଜର ବିଲ୍ ଭରିଛନ୍ତି । ଏଥିସହ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁଳି ଚୋରୀ ମାମଲାରେ ତିନିବର୍ଷ ଜେଲ୍ ଏବଂ ଜୋରିମାନା ଦୁଇଟି ଯାକ ଦଣ୍ଡ ରହିଛି । ହେଲେ ଏହି ମାମଲାରେ ଗାୟକୱାଡ୍ କହିଛନ୍ତି ଯେ, “ଯଦି ମୁଁ ବିଜୁଳି ଚୋରୀ କରିଛି ତାହେଲେ ମୋ ସାଇଟ୍ ରୁ ମିଟର୍ ହଟାଯାଇଛି କି?” ।

 

Get real time updates directly on you device, subscribe now.