fbpx

୧୬ରେ ସମୀକ୍ଷା କରିବେ ମୋଦୀ: ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର କମିଥିଲେ ବି ନୂଆ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇବାରେ ଲାଗିଛି । ଏହାରି ମଧ୍ୟ୍ୟରେ ଓଡ଼ିଶା ସମେତ ୬ଟି ରାଜ୍ୟର କୋଭିଡ଼ ସ୍ଥିତିର ସମୀକ୍ଷା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ୧୬ ତାରିଖ ଦିନ ୧୧ଟାରେ ଭିସି ଯୋଗେ ସମୀକ୍ଷା କରିବେ ମୋଦୀ । ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ମୋଦୀ ସମୀକ୍ଷା କରିବେ । ସେହି ୬ଟି ରାଜ୍ୟରେ ରହିଛି ଓଡ଼ିଶା, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଯୋଗେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୟରେ ମୋଦୀ କରୋନାର ତୃତୀୟ ଲହରକୁ ନେଇ ସଚେତନ କରିଚନ୍ତି । ଏହା ସହ ହିଲ ଷ୍ଟେସନରେ ବିନା ମାସ୍କ ଓ ସାମାଜିକ ଦୂରତା ପାଳନ ହେଉନଥିବା ସହ ଭିଡ଼ ଜମିବା ଚିନ୍ତାଜନକ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.