fbpx

(Video) ଶେଷ ହେବ କଳିଯୁଗ ! ମନ୍ଦିର ଉପରେ ଖେଳିଲା ମୀନ, ଚାହୁଁ ଚାହୁଁ ବୁଡ଼ିଗଲା ଶୈବପୀଠ

ଭୁବନେଶ୍ୱର: ସତ ହେବାକୁ ଯାଉଛି କି ମାଳିକା ବଚନ! ସତରେ କ’ଣ ଶେଷ ହୋଇଯିବ ଆଉ ଏକ ଯୁଗ । ଦିନକୁ ଦିନ ଏହାର ସଙ୍କେତ ଗୋଟିଏ ପରେ ଗୋଟିଏ ଦେଖିବାକୁ ମିଳୁଛି । ନିକଟରେ ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଯାଇଛି ଏକ ବଡ଼ ଅଘଟଣ, ଯାହାକୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ମହାନଦୀରେ ଆସିଥିବା ବଡ଼ ବନ୍ୟା ସେଠାକାର ଶିବ ମନ୍ଦିରକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେଇଛି । ଲୋକଙ୍କ ଆଗରେ ଚାହୁଁ ଚାହୁଁ ବୁଡ଼ିଯାଇଥିଲା ଶୈବପୀଠ । ଆଉ ମନ୍ଦିର ଉପରେ ଖେଳିବାକୁ ଲାଗିଥିଲା ମୀନ ।

ଏଭଳି ଦୃଶ୍ୟ ଜିଲ୍ଲାର ବିନିକା ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ମହାନଦୀରେ ଦେଖିବାକୁ ମିଳିଛି । ବନ୍ୟା ପାଣିରେ ପୁରା ବୁଡ଼ିଯାଇଛି ମନ୍ଦିର । ମନ୍ଦିରର ମୁଣ୍ଡି ଟିକେ ବାହାରକୁ ଦେଖାଯାଉଛି । ମନ୍ଦର ଭିତରେ ରହିଛନ୍ତି ଭଗବାନ । ଏ ହେଉଛି ମହାନଦୀର ମଝିରେ ଥିବା ବାଇକାନି ପୀଠ । ମନ୍ଦିର ମୁଣ୍ଡି ପାଖରେ ମିନ ଖେଳୁଥିବା ଲୋକେ କହୁଛନ୍ତି । ଏ ଦୃଶ୍ୟକୁ ଦେଖି କଳିଯୁଗ ସରି ସରି ଆସୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି ।

ତେବେ ରାଜ୍ୟରେ ଲାଗି ରହିଛି ବନ୍ୟା ସ୍ଥିତି । ହୀରାକୁଦରେ ଜଳସ୍ତର କମିଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ସ୍ଥିତିରେ ସୁଧାର ଆସିନାହିଁ । ଜଗତସିଂହପୁରରୁ ଯାଜପୁର ଏବଂ ପୁରୀରୁ ଖୋର୍ଦ୍ଧା, ସବୁଠି ବିପନ୍ନଙ୍କ ଜୀବନକୁ ଦୁର୍ବିସହ କରିଦେଇଛି ଲଗାଣ ବର୍ଷା । ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିଛି । ଦୀଘା ଦେଇ ଏହା ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଅତିକ୍ରମ କରିଥିବା ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ।ଅନ୍ୟ ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Get real time updates directly on you device, subscribe now.