fbpx

ଶନିଦେବଙ୍କ କୋପରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ସେ ମନୁଷ୍ୟର ପାପ ଓ ପୁଣ୍ୟ ଦେଖି ସେହି ଅନୁସାରେ ଫଳ ଦେଇଥାନ୍ତି । କୁହାଯାଏ ଯେ ଶନିଦେବ ଯଦି କାହା ଉପରେ ଥରେ ତାଙ୍କ କୋପ ଦୃଷ୍ଟି ପକାନ୍ତି  ସେହି ବ୍ୟକ୍ତି ତଳିତଳାନ୍ତ ହୋଇଯାଏ । ତେଣୁ ସମସ୍ତେ ନିଜ କୁକର୍ମକୁ ସୁଧାରିବା ସହିତ ଶନିଦେବଙ୍କୁ ପ୍ରଶନ୍ନ କରିବାକୁ ସର୍ବଦା ଚେଷ୍ଟା କରିଥାନ୍ତି । ତେବେ ଆପଣଙ୍କ ଉପରେ ଯଦି ଶନି ଦୋଷ ଅଛି କିମ୍ବା ଶନି ସାଢେସାତି ଚାଲିଛି ତାହାଲେ ଆପଣ ଶନିଶ୍ଚରୀ ଅମାବାସ୍ୟା ଦିନ ଏହି ଉପାୟ ଆପଣାନ୍ତୁ । ଯାହା ଦ୍ୱାରା ଆପଣ ଶନିଦେବଙ୍କ କୋପରୁ ମୁକ୍ତି ପାଇପାରିବେ ।

ଶନିଶ୍ଚରୀ ଅମାବାସ୍ୟା ଦିନ ଆପଣାନ୍ତୁ ଏହି ଉପାୟ:

ଶନିଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଆନ୍ତୁ: ଶନିଶ୍ଚରୀ ଅମାବାସ୍ୟା ଦିନ ସକାଳୁ ସ୍ନାନ ସାରି ଶନିମନ୍ଦିର ଯାଇ ଶନିଦେବଙ୍କ ଦର୍ଶନ କରନ୍ତୁ । ଏଥିସହିତ ଶନି ମନ୍ଦିରରେ ଶନି ଚାଳିସା ପାଠ କରନ୍ତୁ । କୁହାଯାଏ ଯେ ଏପରି କରିବା ଦ୍ୱାରା ଶନିଦେବ ପ୍ରଶନ୍ନ ହେବା ସହିତ ତାଙ୍କ କୃପା ଦୃଷ୍ଟି ପକାଇ ଥାନ୍ତି ଏବଂ ଶନିଦୋଷରୁ ମୁକ୍ତି ମିଳିଥାଏ ।

ସୋରିଷ ତେଲରେ ଶନିଦେବଙ୍କ ଅଭିଷେକ କରାନ୍ତୁ: ଯେଉଁମାନଙ୍କର ଶନିଦୋଷ ଅଛି କିମ୍ବା ଶନି ସାଢେସାତି ଚାଲିଛି ସେମାନେ ଭାଦ୍ରବମାସର ଅମାବାସ୍ୟା ଦିନ ସୋରିଷ ତେଲରେ ଶନିଦେବଙ୍କ ଅଭିଷେକ କରାନ୍ତୁ । ଏହାପରେ ସୋରିଷ ତେଲର ଦୀପ, କଳା ଆଦି ଶନିଦେବଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଶନିଦେବ ଭକ୍ତମାନଙ୍କ ଉପରେ ତାଙ୍କର ଶୁଭ ଦୃଷ୍ଟି ପକାଇଥାନ୍ତି ।

ଆବଶ୍ୟକତା ଥିବା ଲୋକଙ୍କୁ ଦାନ କରନ୍ତୁ: ଯଦି ଆପଣଙ୍କ ଉପରେ ଶନି ଦୋଷ କିମ୍ବା ଶନି ସାଢେସାତି ଅଛି ତେବେ ଆପଣ ଏହି ଶନିଶ୍ଚରି ଅମାବାସ୍ୟା ଦିନ ଶନି ମନ୍ଦିରକୁ ଯାଇ ନିଶ୍ଚିତ ଶନିଦେବଙ୍କ ପୂଜା କରନ୍ତୁ । ଏହାପରେ ଆବଶ୍ୟକତାଥିବା ବ୍ୟକ୍ତିଙ୍କୁ ଷ୍ଟିଲ ବାସନ, ସୋରିଷ ତେଲ, ବିରି, ଲୁହା ଏବଂ ଶନି ଚାଳିସା ଦାନ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଶନିଦୋଷରୁ ମୁକ୍ତି ପାଇ ପାରିବେ ।

ଶନି ରକ୍ଷା ଶ୍ରୋତ ପାଠ କରନ୍ତୁ: ଶନିଦେବଙ୍କ କୋପ ଦୃଷ୍ଟି ଦୂର କରିବା ପାଇଁ ଶନି ରକ୍ଷା ଶ୍ରୋତ ପାଠ କରନ୍ତୁ । ଶାସ୍ତ୍ରରେ କୁହାଯାଇଛି ଯେ ଅଯୋଧ୍ୟାର ରାଜା ଦଶରଥ ଏହାର ରଚନା କରିଥିଲେ । ତେଣୁ ଏହି ଶ୍ରୋତ ପାଠ କରିବା ଦ୍ୱାରା ଶନିଦେବ ପ୍ରଶନ୍ନ ହୋଇଥାନ୍ତି ।

 

Get real time updates directly on you device, subscribe now.