fbpx

ଭାରତରେ 5G ବ୍ୟବହାର କରିବା ପାଇଁ ଆପଣ ଖର୍ଚ୍ଚ କରିବେ ଏତିକି ଟଙ୍କା, ଜାଣନ୍ତୁ ମୂଲ୍ୟ ?

ନୂଆଦିଲ୍ଲୀ: ୫ଜି ସେବା ଭାରତରେ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ସ୍ପେକ୍ଟ୍ରମ (5G Spectrum) ନିଲାମ ଶେଷ ହୋଇଛି । ଏହି ନିଲାମରେ ଦେଶର ଅଗ୍ରଣୀ ଘରୋଇ ଟେଲିକମ୍ କମ୍ପାନୀ ଜିଓ (Jio 5G), ଏୟାରଟେଲ୍ (Airtel 5G) ଏବଂ ଭୋଡାଫୋନ୍ ଆଇଡିଆ (Vodafone Idea 5G) ମଧ୍ୟ ଅଂଶଗ୍ରହଣ କରିଛନ୍ତି । ନିଲାମ ପରେ ସମସ୍ତ କମ୍ପାନୀ ସେମାନଙ୍କ ଉପଭୋକ୍ତାମାନଙ୍କ ପାଇଁ ୫ଜି ସେବା କେବେ ମୁକ୍ତ କରିବେ ସେନେଇ ସେମାନଙ୍କର ସମୟସୀମା ଜାରି କରିବେ । ଏହି ସମୟରେ ଆସନ୍ତୁ ଜାଣିବା 5G ସୁବିଧା ଦେବା ପାଇଁ ଏହି କମ୍ପାନୀଗୁଡିକ ଆପଣଙ୍କୁ ଠାରୁ କେତେ ଟଙ୍କା (5G India Price) ଚାର୍ଜ ନେଇପାରିବେ ।

ତେବେ ସ୍ୱାଧୀନତା ଦିବସର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ୫ଜି(5G India Price) ର ଗତି ୪ଜି ଠାରୁ ଦଶ ଗୁଣ ଅଧିକ ହୋଇପାରେ କିନ୍ତୁ ମୂଲ୍ୟ ବିଷୟରେ ଅଧିକ କିଛି କହି ନାହାଁନ୍ତି । ପୂର୍ବ ରିପୋର୍ଟରେ କୁହାଯାଇଛି ଯେ ୫ଜି ସେବା ଭାରତରେ ଏକ ପ୍ରିମିୟମ୍ ସେବା ହେବ ଏବଂ ଏହାର ମୂଲ୍ୟ ୪ଜି ଠାରୁ ଅଧିକ ହେବ । ତାଜା ରିପୋର୍ଟ ଅନୁଯାୟୀ, ଭାରତରେ ୫ଜି ସ୍ପିଡ ଅଧିକ ରହିବା ସହ ଏହାର ମୂଲ୍ୟ ୪ଜି ଭଳି ରହିବାରେ ।

ଭାରତରେ ପ୍ରଥମ ପର୍ଯ୍ୟାୟରେ କେବଳ ଅଳ୍ପ କେତେକ ସହରରେ ୫ଜି ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ରହିଛି ୧୩ ଟି ସହର, ସେଗୁଡ଼ିକ ହେଉଛି- ଅହମ୍ମଦାବାଦ, ଗାନ୍ଧିନଗର, ଗୁରୁଗ୍ରାମ, ବାଙ୍ଗାଲୋର, ଚଣ୍ଡିଗଡ଼, ଚେନ୍ନାଇ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲଖନଉ, ମୁମ୍ବାଇ ଏବଂ ପୁଣେ । ଏହି ସହରଗୁଡିକରେ ରହୁଥିବା ଲୋକମାନେ ୫ଜି ଅନୁଭବ କରିବାର ପ୍ରଥମ ସୁଯୋଗ ପାଇବେ ।

ନୂଆ ଖବର ଏବଂ ତାଜା ଅପଡେଟ ଅନୁସାରେ, ୨୯ ସେପ୍ଟେମ୍ବରରେ ୫ଜି ସେବା ଜାରି ହୋଇପାରେ । ବାସ୍ତବରେ, ୨୯ ସେପ୍ଟେମ୍ବରରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୨ ର ଉଦଘାଟନ କରାଯାଉଛି । ଖବର ଅନୁଯାୟୀ ଏହି ଅବସରରେ ଭାରତରେ ୫ଜି ସେବା ମଧ୍ୟ ଜାରି କରାଯିବ ।

Get real time updates directly on you device, subscribe now.