fbpx

Phone Sex କଣ?ଜାଣନ୍ତୁ ଏହାର ଉପକାରିତା

ବର୍ତ୍ତମାନ ସମୟରେ ସେକ୍ସ ୱାର୍ଡ ସମସ୍ତଙ୍କ ମଧ୍ୟରେ ସାଧାରଣ ହୋଇ ଗଲାଣି । କିନ୍ତୁ ଏହାକୁ ବୁଝିବାରେ ଲୋକ ମାନେ ବହୁ ସମୟରେ ଭୁଲ କରିଥାଆନ୍ତି । ଯାହାଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ।
ତେବେ ପାଶ୍ଚାତ୍ୟ ଦେଶରେ ପିଲାମାନଙ୍କୁ ସେକ୍ସ ଶିକ୍ଷା ମଧ୍ୟ ଦିଆଯାଏ । ଯାହା ଦ୍ୱାରା ସେମାନେ ଏହି ସବୁ କ୍ଷେତ୍ର ରେ କୌଣସି ଭୁଲ କରନ୍ତି ନାହିଁ । ତେବେ ବର୍ତ୍ତମାନ ସମୟରେ ଅନେକ ଟ୍ରେଣ୍ଡ ସାମ୍ନାକୁ ଆସୁଛି । ଏହା ଭିତରେ ଗୋଟିଏ ହେଉଛି ଫୋନସେକ୍ସ । କୋଭିଡ ଲକ ଡାଉନ ସମୟରେ ଫୋନ ସେକ୍ସ ଖୁବ ଜୋରସୋର ବଢ଼ିବାରେ ଲାଗିଲା । କାରଣ ଏହି ସମୟରେ ହିଁ ଲୋକ ମାନେ ଏକତ୍ର ଗୋଟିଏ ସ୍ଥାନରେ ରହିଲେ । ତେଣୁ ଏହାପରେ ଫୋନ ସେକ୍ସ ର ବୃଦ୍ଧି ଘଟିଲା ।
ତେବେ ଏହା ବିଭିନ୍ନ ଉପାୟର ହୋଇ ପାରେ ଏବଂ ଏହାର ଉଭୟ ଅପକାରୀତା ଆଉ ଉପକାରୀତା ରହିଛି ।
ତେବେ ଫୋନ ସେକ୍ସ ହେଉଛି ଫୋନ ମାଧ୍ୟରେ ସେକ୍ସ ଅନୁକରଣକୁ ବୁଝାଏ ।
ବିଭିନ୍ନ କ୍ଷେତ୍ରରେ ଲୋକମାନେ ୱେବକ୍ୟାମ ଆଦି ବିଭିନ୍ନ ଜରିଆ ବାଛନ୍ତି । କିଛି କିଛିରେ ଏହା ପାଇଁ ଶୁଳ୍କ ବି ଦେବାକୁ ପଡିଥାଏ । ଫଟୋ ଏବଂ ମେସେଜ ମଧ୍ୟ ଏହାର ଏକ ମାଧ୍ୟମ ଅଟେ । ତେବେ ଏହି ଘଟଣା ରେ ଦୁଇ ଜଣ ଯୌନ ପ୍ରକିୟାରେ ଭାଗ ନେଇ ପାରନ୍ତି ନଚେତ ଜଣେ ରହି ପାରନ୍ତି ।

ଏହାର ଉପକାରିତା କଣ?
ତେବେ ଏହାର ଉପକାରିତା ବିଷୟରେ ଆପଣଙ୍କୁ ଜାଣି ରଖିବା ଆବଶ୍ୟକ । ଏଥିରେ ଯେଉଁ ଉପକାରତା ଥାଏ ତାହାର ପ୍ରଥମ ଆଉ ସବୁ ଠାରୁ ବଡ ଉପକାରିତା ହେଉଛି ଏଥିରେ ଗର୍ଭବତୀ ହେବାର କୌଣସି ଆଶଙ୍କା ନଥାଏ । ଏହା ସହିତ ଯୌନ ସଙ୍କମ୍ରଣ ର ମଧ୍ୟ କୌଣସି ବିପଦ ନଥାଏ ।ଏହା ଏକ ଉପଯୁକ୍ତ ବିକଳ୍ପ ଆପଣ କହି ପାରିବେ ।
ଏହା ଆପଣଙ୍କର ଆପଣ ପାର୍ଟନର ମଧ୍ୟରେ ନିବିଡତା ବଢ଼ାଇଥାଏ । ଯଦି ଆପଣ ଆପଣଙ୍କର ପାର୍ଟନରଙ୍କ ଠାରୁ ଦୂରରେ ରହୁଛନ୍ତି ତେବେ ଏହା ଏକ ଭଲ ଉପାୟ ଅଟେ ଯାହା ଦ୍ୱାରା ଆପଣ କିଛି ଅନ୍ତରଙ୍ଗ ମୂହୂର୍ତ୍ତ ବିତାଇ ପାରିବେ । ଦୂରରେ ଥାଇ ମଧ୍ୟ ଆପଣ ଏହି ଫୋନ ସେକ୍ସ ସାହାର୍ଯ୍ୟରେ ଜୋଡି ହୋଇ ପାରିବେ ।
ଏହା ଦୁଇ ପାର୍ଟନରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରୀ ସରଳ କରିଥାଏ । ମୁଖ୍ୟତ ବହୁ ଲୋକମାନେ ତାଙ୍କ ସମ୍ପର୍କ ମଧ୍ୟ ରେ ଏହି ସବୁ ଘଟଣାରେ କେବେ କଥା ହୁଅନ୍ତି ନାହିଁ । ଏହା ଦ୍ୱାରାତାଙ୍କର ବିପରିତ ପାର୍ଟନର କଣ ଚାହୁଁଛି ତାହା ଜଣା ପଡି ନଥାଏ । ଯାହା ଫଳରେ ଏହା ତାଙ୍କ ସେକ୍ସ ଲାଇଫ ଉପରେ ପ୍ରଭାବ ପକାଇ ଥାଏ । ତେଣୁ ଏହି ବିଷୟରେ କଥା ହେବା ଉଚିତ ।
୨୦୨୨ ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୮-୨୯ ବର୍ଷ ମଧ୍ୟ ରେ ଥିବା ଯୁବ ବର୍ଗମାନେ ମୁଖ୍ୟତଃ ଏହି ସେକ୍ସଟିଙ୍ଗ(ସେକ୍ସ କଥାବାର୍ତ୍ତା) ଏବଂ ଏହି ସବୁ କ୍ଷେତ୍ରରେ ଜଡିତ ହୋଇଥାଏ ।

Get real time updates directly on you device, subscribe now.