fbpx
BJD SKY
BJD SKY

ଭାରତ ୱାର୍ଲ୍ଡ କପ୍ ଜିତିବ ବୋଲି ପାକିସ୍ତାନର ଏହି କ୍ରିକେଟର କଲେ ଭବିଷ୍ୟବାଣୀ, କହିଲେ ଏପରି କଥା

BJD

ନୂଆଦିଲ୍ଲୀ:ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଓ ବର୍ତ୍ତମାନର କ୍ରିକେଟ ବିଶେଷଜ୍ଞ ସୋଏବ ଅଖତାର ୱାର୍ଲ୍ଡ କପ୍‌୍ ୨୦୨୩କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । ଏ ପର୍ଯ୍ୟନ୍ତ ସେ ଭାରତର ପ୍ରଦର୍ଶନକୁ ଦେଖି ଏହା କହିଛନ୍ତି କି ତାଙ୍କୁ ଏପରି କୌଣସି ରାସ୍ତା ଦେଖାଯାଉନାହିଁ କି ଭାରତ ଏହି ବିଶ୍ୱକପ୍ ଜିତିବ ନାହିଁ । ରୋହିତ ଶର୍ମାଙ୍କ ନେଥୃତ୍ୱରେ ଭାରତୀୟ ଟିମ୍ ୱାର୍ଲ୍ଡ କପ୍‌୍‌ରେ ବେଶ୍ ଭଲ ପ୍ରଦର୍ଶନ କରୁଛି । ଭାରତ ଏ ପର୍ଯ୍ୟନ୍ତ ସମସ୍ତ ୫ ମ୍ୟାଚ୍ ଜିତି ଆସିଛି ଓ ପଏଣ୍ଟସ୍ ଟେବୁଲରେ ଟିମ୍ ଇଣ୍ଡିଆ ଶୀର୍ଷରେ ପହଞ୍ଚି ସାରିଛି । ଏହା ସହିତ ଟିମ୍ ଇଣ୍ଡିଆର ସେମିଫାଇନାଲ ଟିକେଟ ବି କନଫର୍ମ ହୋଇଯାଇଛି ।

ସୋଏବ ନିଜ ୟୁଟ୍ୟୁବ ଚ୍ୟାନେଲରେ ସର୍ବପ୍ରଥମେ ବିରାଟ କୋହଲିଙ୍କ ପ୍ରଶଂସା କରିଛନ୍ତି । କୋହଲି ନ୍ୟୁଜିଲାଣ୍ଡ ବିରୁଦ୍ଧରେ ୯୫ ରନ୍‌ର ବେଶ୍ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି ଓ ଟିମ୍‌କୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସୋଏବ କହିଛନ୍ତି କୋହଲି ଏପରି ଜଣେ ଖେଳାଳୀ ଯିଏ ଚାପରେ ରହିଲେ ହିଁ ଭଲ ପ୍ରଦର୍ଶନ କରିଥାନ୍ତି । ସେ ଆହୁରି କହିଛନ୍ତି ଶୁବମନ ଗିଲ୍ ଏହି ନ୍ୟୁଜିଲାଣ୍ଡ ଟିମ୍ ଲାଗି ଯଥେଷ୍ଟ । ଭାରତର ୱେଟିଂ ଲାଇନଅପ୍ ବହୁତ ଲମ୍ବା । ଏହାସହିତ ସୋଏବ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କର ବି ବେଶ୍ ପ୍ରଶଂସା କରିଛନ୍ତି ଯିଏକି ୱାର୍ଲ୍ଡ କପ୍‌୍‌ରେ ୨ ଥର ୫ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ । ଭାରତର ପ୍ରଦର୍ଶନ ଦେଖି ପାକିସ୍ତାନର ଏହି ପୂର୍ବ ଖେଳାଳୀ ଭାରତ ବିଶ୍ୱକପ୍ ଜିତିବାର ସବୁ ସମ୍ଭାବନା ରହିଛି ବୋଲି କହିଛନ୍ତି ।

Get real time updates directly on you device, subscribe now.