କମ୍ ଉଚ୍ଚତାର ପୁରୁଷଙ୍କ ସେକ୍ସ ଲାଇଫକୁ ନେଇ ଅଧ୍ୟୟନରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ ରିପୋର୍ଟରେ କଣ ହୋଇଛି ଦାବି

ନୂଆଦିଲ୍ଲୀ: ଅଧିକାଂଶ ଯୁବତୀ ଲମ୍ବା ଉଚ୍ଚତା ବିଶିଷ୍ଟ ପୁରୁଷଙ୍କୁ ଜୀବନ ସାଥୀ ରୂପେ ବାଛିଥାନ୍ତି । ହେଲେ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷଙ୍କର ମଧ୍ୟ ନିଜସ୍ୱ ବିଶେଷତା ରହିଛି । “ଦ ଜର୍ନାଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍” ର ଏକ ନୂତନ ଅଧ୍ୟୟନରେ ଲମ୍ବା ଉଚ୍ଚତା ବିଶିଷ୍ଟ ପୁରୁଷଙ୍କ ତୁଳନାରେ କମ୍ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ ବିଶେଷତା ସମ୍ପର୍କରେ ସୂଚନା ଦିଆଯାଇଛି । ଅଧ୍ୟୟନରେ କୁହାଯାଇଛି ଯେ, କମ୍ ଉଚ୍ଚତା ବିଶିଷ୍ଟ ପୁରୁଷ ମାନେ ସେକ୍ସୁଆଲି ଖୁବ୍ ଆକ୍ଟିଭ୍ ହୋଇଥାନ୍ତି । ୫୩୧ ପୁରୁଷଙ୍କ ଉପରେ କରାଯାଇଥିବା ଏହି ଷ୍ଟଡିକୁ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନେ କରିଛନ୍ତି ।

ଅଧ୍ୟୟନ ଅନୁସାରେ, ଯେଉଁ ପୁରୁଷଙ୍କ ଉଚ୍ଚତା ୧୭୫ ସେଣ୍ଟିମିଟର୍ ରୁ କମ୍ ବା ୫ଫୁଟ ୯ ଇଞ୍ଚ୍ ରୁ କମ୍ ଥିଲା ସେମାନଙ୍କ ସେକ୍ସ ଡ୍ରାଇଭ୍ ଭଲ ଥିଲା । ତେବେ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷ ମାନେ କେବଳ ସେକ୍ସ ଡ୍ରାଇଭ୍ ରେ ଭଲ ନଥାନ୍ତି ବରଂ ନିଜ ପାର୍ଟନର୍ କୁ ଛାଡ଼ପତ୍ର ଦେବାରେ ମଧ୍ୟ ୩୨ ପ୍ରତିଶତ କମ୍ ହୋଇଥାନ୍ତି । ଖାଲି ସେତିକି ନୁହେଁ ଏମାନେ ଲମ୍ବା ପୁରୁଷଙ୍କ ତୁଳନାରେ ଅଧିକ କାମ କରିଥାନ୍ତି ଓ ଭଲ ରୋଜଗାର ମଧ୍ୟ କରିଥାନ୍ତି । ଅର୍ଥାତ୍ ଆପଣଙ୍କ ପାର୍ଟନର୍ ଯେତିକି କମ୍ ଉଚ୍ଚତାର ହୋଇଥିବେ ସେମାନେ ସେତେ ଭଲ ପାର୍ଟନର୍ ହୋଇଥାନ୍ତି ।

ପ୍ରକୃତରେ ଲମ୍ବା ଉଚ୍ଚତାର ପୁରୁଷ ମାନେ ନିଜର ଲୁକ୍ କୁ ନେଇ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି ଓ ଘର କାମ କରିବାକୁ ବିଶେଷ ପସନ୍ଦ କରିନଥାନ୍ତି । ଅନ୍ୟପଟେ କମ୍ ହାଇଟ୍ ର ପୁରୁଷ ମାନେ ନିଜକୁ ସାବ୍ୟସ୍ତ କରିବାକୁ ପରିଶ୍ରମ କରନ୍ତି ଓ ଘର-ଅଫିସ୍ ଉଭୟ ସ୍ଥାନରେ ଭଲ ଭାବରେ କାମରେ ଧ୍ୟାନ ଦେଇଥାନ୍ତି ।