fbpx

ପୋଲିସ ହ୍ୟାଣ୍ଡପମ୍ପ ମାରିବାରୁ ପାଣି ବଦଳରେ ବାହାରିଲା ମଦ: ଦେଖନ୍ତୁ ଆଶ୍ଚର୍ଯ୍ୟକର Video

ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଗୁନା ଜିଲ୍ଲାରେ ହ୍ୟାଣ୍ଡପମ୍ପରୁ ପାଣି ବଦଳରେ କିଛି ଏପରି ବାହାରିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି, ସେହି ହ୍ୟାଣ୍ଡପମ୍ପରୁ ପାଣି ବଦଳରେ ମଦ ବାହାରୁଛି । ପୋଲିସ ଟିମ୍ ହ୍ୟାଣ୍ଡପମ୍ପ ଚାଲୁ କରିବା ମାତ୍ରେ ତାଙ୍କର ବି ହୋସ୍ ଉଡିଗଲା ।

ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ପୋଲିସର ଏକ ଟିମ୍ ବେଆଇନ ମଦ ତିଆରି କରୁଥିବା ଲୋକଙ୍କ ଘରେ ରେଡ କରିଥିଲା । ରେଡ ସମୟରେ ପୋଲିସ ହ୍ୟାଣ୍ଡପମ୍ପ ଚାଲୁ କରିବାରୁ ସେଥିରୁ ପାଣି ବଦଳରେ ମଦ ବାହାରିବାକୁ ଲାଗିଥିଲା । ଏହାୂ ପରେ ପୋଲିସ ହ୍ୟାଣ୍ଡପମ୍ପ ପାଖରେ ଖୋଳିଥିଲେ, ଯାହାଫଳରେ ତାଙ୍କୁ ଏକ ଡ୍ରମ ମିଳିଥିଲା ।

ଏହି ଡ୍ରମ ପାଖାପାଖି ୭ ଫୁଟ ତଳେ ଭୂମିରେ ପୋତି ହୋଇରହିଥିଲା । ଏଥିରେ ବେଆଇନ ଭାବରେ ମଦକୁ ରଖାଯାଇଥାଏ । ଗୁନା ଗାଁରେ ଚଢ଼ାଉ ସମୟରେ ପୋଲିସକୁ ଏହି ହ୍ୟାଣ୍ଡପମ୍ପ ନଜର ଆସିଥିଲା । ଏହାପରେ ପୋଲିସ ହ୍ୟାଣ୍ଡପମ୍ପ ମାରିବାରୁ ସେଥିରୁ ପାଣି ବଦଳରେ ମଦ ବାହାରିଥିଲା । ଏହାକୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା । ଏହି ଚଢ଼ାଉ ସମୟରେ ଜବତ ହୋଇଥିବା ମଦକୁ ସମ୍ପୂର୍ଣ୍ଣ ନଷ୍ଟୁ କରିବା ସହ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପୋଲିସ ।

 

View this post on Instagram

 

A post shared by Zee News (@zeenews)

Get real time updates directly on you device, subscribe now.