fbpx

ପୁଣି ବଢିବାରେ ଲାଗିଛି କରୋନା ମହାମାରୀ କେସ: ଚେତାବନୀ ଦେଲା WHO

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେ ପୁଣି କରୋନାକୁ ନେଷଇ ଦେଇଛି ଚେତାବନୀ । ମହାମାରୀ କରୋନାର ଆଉ ଏକ ଲହର ଆସୁଥିବା ନେଇ ଦେଶକୁ ସଚେତନ କରିଛି ଡବ୍ଲୁଏଚଓ । ଏହା ସହିତ ୟୁରୋପିୟନ ସେଣ୍ଟର ଫର ଡିଜିଜ ପ୍ରିଭେନ୍ସନ ଆଣ୍ଡ କଣ୍ଟ୍ରୋଲ ବୁଧବାର ଏ ନେଇ ସୂଚନା ଦେଇଛନ୍ତି । ୟୁରୋପର ବିଭିନ୍ନ ଅଞ୍ଚଳରୁ କରୋନାର ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଏହା ଖୁବଶୀଘ୍ର ଏକ ଲହର ଆରମ୍ଭ ହୋଇପାରେ ଆଶଙ୍କା ସୃଷ୍ଟି ହୋଇଛି ।

ଦୁର୍ଭାଗ୍ୟବଶତଃ ୟୁରୋପରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦେଖାଯାଇଛି । ଏ ନେଇ ପ୍ରକାଶ କରିଛନ୍ତି ଡବ୍ଲୁଏଚଓର ୟୁରୋପ ନିର୍ଦ୍ଦେଶକ ଏଣ୍ଡ୍ରିଆ ଅମ୍ମୋନ । ଗତ ସପ୍ତାହ ତୁଳନାରେ ଏହି କରୋନା ସଂକ୍ରମଣ ୮% ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ତେବେ ୟୁରୋପରେ କରୋନା ଟୀକା ମଧ୍ୟ ଯଥେଷ୍ଟ ପରିମାଣରେ ଉପଲବ୍ଧ ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ । କିନ୍ତୁ ୟୁରୋପରେ ଏବେ ଲକ୍ଷ ଲକ୍ଷ ଲୋକଙ୍କୁ ଟୀକା ପ୍ରଦାନ କରାଯାଇ ନଥିବା ରେକର୍ଡ କରାଯାଇଛି ।

ତେଣୁ ସଂକ୍ରମଣ ଆହୁରି ବୃଦ୍ଦି ପାଇବା ପୂର୍ବରୁ ଏଥିରେ ବ୍ରେକ ଦେବା ପାଇଁ ଚେଷ୍ଟା କରୁଛନ୍ତି ବିଶେଷଜ୍ଞ । ଏଥିପାଇଁ ଯଥାଶୀଘ୍ର ସମସ୍ତ ବ୍ୟକ୍ତିଙ୍କୁ କୋଭିଡ-୧୯ର ଟୀକା ଲଗାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ୬୦ ବର୍ଷରୁ ଅଧିକ ଲୋକ, ଗର୍ଭବତୀ ମହିଳା ଏବଂ ଦୁର୍ବଳ ଲୋକମାନଙ୍କୁ ଇନଫ୍ଲୁଏଞ୍ଜା ଏବଂ କରୋନା ଭ୍ୟାକ୍ସିନ ଟୀକା ଲଗାଇବା ଜରୁରୀ ।

Get real time updates directly on you device, subscribe now.