fbpx

(Video) ମାଷ୍ଟର ବ୍ଲାଷ୍ଟରଙ୍କ ହନୁମାନ ଅବତାର! ସୂର୍ଯ୍ୟଙ୍କୁ ଗିଳି ନେଲେ କି ସଚିନ..ଫଟୋ ଭାଇରାଲ..

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ନେଇଛନ୍ତି ହନୁମାନଙ୍କ ଅବତାର । ସଚିନଙ୍କର ଏକ ଫଟୋ ଏଭଳି କିଛି ଦୃଶ୍ୟକୁ ବୟାନ କରୁଛି । କ୍ରିକେଟରୁ ଅବସର ନେବା ପରେ ବି ନିଜ ଫ୍ୟାନ୍ସଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସଚିନ ତେନ୍ଦୁଲକର । ଖେଳରୁ ସିନା ସେ ଅବସର ନେଇଛନ୍ତି, କିନ୍ତୁ ଆଜି ଯାଏଁ ତାଙ୍କ ଫ୍ୟାାନ୍ସଙ୍କୁ କେବେ ବି ନିରାଶ କରିନାହାନ୍ତି ସଚିନ । ଖାସ କରି ସେ ସୋସିଆଲ ମିଡିଆରେ ତାଙ୍କର ପ୍ରତ୍ୟେକଟି ପୋଷ୍ଟ ପାଇଁ ବେଶ ଚର୍ଚ୍ଚା ହୋଇଥାଏ ।

ବର୍ତ୍ତମାନ ସଚିନ ନିଜ ସୋସିଆଲ ମିଡିଆରେ ଏମିତି ଫଟୋ ସବୁ ସେୟାର କରିଛନ୍ତି, ଯାହାକି ଖୁବ ଭାଇରାଲ ହେଉଛି । କାରଣ ସଚିନ ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ସେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ଯେଉଁଥିରେ ସେ ସୂର୍ଯ୍ୟଙ୍କୁ ଗିଳିବାକୁ ଚେଷ୍ଟା କରୁଥିଲେ । ଏମିତି ଏକ ଖାସ ଫଟୋକୁ ସେୟାର କରି ସଚିନ କିଛି କ୍ୟାପସନରେ ଲେଖିଛନ୍ତି, କ୍ଷମା କରିବେ ସବୁ ପଶ୍ଚିମୀ ଦେଶ, ଯଦି ଆଜି ଆପଣଙ୍କ ସେଠି ସୂର୍ଯ୍ୟ ଉଦୟ ନ ହେବ… ।

ସଚିନଙ୍କ ଏହି ଫଟୋ ଉଠାଇବାର ଅନ୍ଦାଜକୁ ଦେଖିଲେ ଲାଗୁଛି ସତେ ଯେପରି ସେ ବଜରଙ୍ଗୀ ହନୁମାନଙ୍କ ଭଳି ସୂର୍ଯ୍ୟକୁ ଗିଳି ଦେବେ । ସଚିନଙ୍କ ଏହି ମଜାଳିଆ ପୋଷ୍ଟ ତାଙ୍କ କୋଟି କୋଟି ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଛି । ଆଉ ସେମାନେ ମଧ୍ୟ ସଚିନଙ୍କ ଏହି ଫଟୋରେ କମେଣ୍ଟର ବର୍ଷା କରୁଛନ୍ତି । ସଚିନ ଏବେ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ସଚିନ ନିଜର ଚମକ୍ରାର ବ୍ୟାଟିଂ କରି ପ୍ୟାନ୍ସଙ୍କର ପୁଣି ମନ ଜିତି ନେଇଛନ୍ତି । ସଚିନଙ୍କ ନେତୃତ୍ୱରେ ତାଙ୍କ ଟିମ୍ ଇଣ୍ଡିଆ ଲିଜେଣ୍ଡସ ରୋଡ ସେଫ୍ଟି ୱାଲ୍ଟ ସିରିଜର ଜିତିବାରେ ସଫଳ ହୋଇପାରିଛି ।

Get real time updates directly on you device, subscribe now.