fbpx
BJD SKY
BJD SKY

(Video) ବଲିଉଡ ଡିଭା-ରେଖାଙ୍କ ଜୀବନରେ ରହିଛି ଅନେକ ରହସ୍ୟ: ଯାହା ଆଜିବି ଜାଣନ୍ତି ନାହିଁ ଫ୍ୟାନ୍ସ..

BJD

ବଲିଉଡର ଏଭର ଗ୍ରୀନ କୁଇନ ହେଉଛନ୍ତି ରେଖା । ହେଲେ ରେଖାଙ୍କର ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ତେବେ ତାଙ୍କ ନାଁରେ ଅନେକ କଣ୍ଟ୍ରୋର୍ଭସି ଓ ତାଙ୍କ ବିଷୟରେ ଅନେକ ଗୁପ୍ତ କଥା ରହିଛି ଯାହା ଆଜିବି ଲୋକେ ଜାଣନ୍ତି ନାହିଁ । ତେବେ କିଛି ଫ୍ୟାନ୍ସ ରେଖାଙ୍କ ବିଷୟରେ ଜାଣିବାକୁ ଇଚ୍ଛା ରଖନ୍ତି । ରେଖା ବିବାହ କରିନାହାନ୍ତି ହେଲେ ବି ମଥାରେ ସିନ୍ଦୁର ପିନ୍ଧନ୍ତି । ରେଖାଙ୍କୁ ସିନ୍ଦୁର ପିନ୍ଧିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖାଲି ସେତିକି ନୁହେଁ ରେଖାଙ୍କୁ ସିନ୍ଦୁର ଓ ମଙ୍ଗଳସୁତ୍ରରେ ଦେଖି ଜୟା ବଚ୍ଚନ ମଧ୍ୟ କାନ୍ଦି ପକାଇଥିଲେ । ଏମିତି ବି ଗୁଜବ ଉଠେ କି ରେଖା ଅମିତାଭଙ୍କ ନାମରେ ସିନ୍ଦୁର ପିନ୍ଧନ୍ତି । ହେଲେ ସତ କଣ କେହି ଜାଣିନାହାନ୍ତି ।

ରେଖାଙ୍କ ପାଖରେ ସୁନ୍ଦରତା,ଟ୍ୟାଲେଣ୍ଟ ,ପଇସା ଓ ଲୋକପ୍ରିୟତା ସବୁ ଥାଇବି ତାଙ୍କୁ କାହାର ପ୍ରେମ ମିଳି ପାରିଲାନି । ରେଖାଙ୍କୁ ତାଙ୍କ ପିତା ମଧ୍ୟ କେବେ ଆପଣାଇଲେ ନାହିଁ । ସୂଚନା ଅନୁସାରେ, ରେଖାଙ୍କ ସୁପରଷ୍ଟାର ପିତା ଜିମିନି ଗଣେଷନ କେବେ ବି ତାଙ୍କ ମାଙ୍କୁ ବିବାହ କରିନଥିଲେ । ରେଖାଙ୍କ ମା ପୁଷ୍ପବଲିଙ୍କ ସହ ପିତା ସମ୍ପର୍କ ତ ରଖିଥିଲେ, ହେଲେ ବିବାହ କରିନଥିଲେ । ତେଣୁ ସେ ସବୁବେଳେ ତାଙ୍କ ପିତାଙ୍କ ଭଲ ପାଇବା ଖୋଜୁଥିଲେ । କିନ୍ତୁ ତାଙ୍କୁ ପିତାର ନାମ ମଧ୍ୟ ମିଳି ନଥିଲା ଯାହା ତାଙ୍କୁ ଖୁବ କଷ୍ଟ ଦେଇଥିଲା । ଏସବୁ ପରେ ରେଖାଙ୍କୁ କ୍ୟାରିୟର ତିଆରି କରିବାରେ ବହୁ ଷ୍ଟ୍ରଗଲ କରିବାକୁ ପଡିଥଲା । କାମ ମିଳିବା ଓ ନିଜର ଏକ ପରିଚୟ ତିଆରି କରିବା ପାଇଁ ରେଖାଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥିଲା ।

ବଲିଉଡର ଅନେକ ଷ୍ଟାର ଅମିତାଭଙ୍କ ଠାରୁ ନେଇ ଅକ୍ଷୟ କୁମାର ସହ ରେଖାଙ୍କ ନାମ ଯୋଡା ଗଲା । କିନ୍ତୁ ରେଖା ବିଜନେସ ମ୍ୟାନ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ପରେ ଜୀବନ ହାରି ଦେଇଥିଲେ ମୁକେଶ । ଯାହା ଫଳରେ ରେଖାଙ୍କ ଶଶୁର ଘର ଲୋକେ ଏଥିପାଇଁ ରେଖାଙ୍କୁ ଦାୟୀ କରିଥିଲେ । ରେଖାଙ୍କ ଜୀବନରେ କେତେବେଳେ କିଏ ଆସିଲା ଗଲା ଏହା କାହାକୁ ଜଣା ନାହିଁ । ଏହା ଏକ ରାଜ ଭଲି ରହିଗଲା । ଆଜିବି ଏକୁଟିଆ ନିଜର ଜୀବନ ବିତାଉଛନ୍ତି ରେଖା ।

Get real time updates directly on you device, subscribe now.