fbpx

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୧୪ ଜଣକ ମୃତ୍ୟୁ

AAKASH

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ଏକ ବାର୍ ରେ ଗୁଳିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ତିନିଜଣକ ଅବସ୍ଥା ଗୁରୁତର ଥିବା ନେଇ କୁହାଯାଉଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଜୋହାନ୍ସବର୍ଗର ସୋଭେଟୋ ଟାଉନସିପରେ ଏହି ବାର୍ ଟି ଅବସ୍ଥିତ ।

ପୋଲିସର ସୂଚନା ଅନୂଯାୟୀ, ଶନିବାର ବିଳମ୍ବିତ ରାତିରେ କିଛି ଲୋକ ଏକ ଟ୍ୟାକ୍ସିରେ ଆସିଥିଲେ ଏବଂ ବାର୍ ରେ ଗୁଳିମାଡ଼ କରିଥିଲେ । ରବିବାର ସକାଳେ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା । କୁହାଯାଉଛି ଏହା ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଛନ୍ତି । ଏମାନେ ବାର୍ ରେ ସେଲିବ୍ରେସନ କରୁଥିବା କିଛି ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚଳାଇଥିଲେ ।

ଗୌତେଙ୍ଗ ପ୍ରଦେଶର ପୋଲିସ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଇଲିୟାସ ମାଭେଲା କହିଛନ୍ତି ଯେ ହଠାତ୍ ଏହି ଲୋକମାନେ ଗୁଳି ଶବ୍ଦ ଶୁଣି ବାର୍ ରୁ ବାହାରକୁ ଯିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାର ଉଦ୍ଦେଶ୍ୟ କ’ଣ ଏବଂ ଏହି ଲୋକଙ୍କୁ କାହିଁକି ଟାର୍ଗେଟ କରାଯାଇଥିଲା ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ନାହିଁ। ଏହି ମାମଲାରେ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.