fbpx

ଶୁଟ୍ଆଉଟ୍ @ କୋର୍ଟ କ୍ୟାମ୍ପସ୍ ; କୋର୍ଟରେ ହାଜର ପାଇଁ ଆସିଥିବା କଏଦୀଙ୍କ ଉପରେ ଗୁଳି ବର୍ଷା, ଘଟଣାସ୍ଥଳରେ ମୃତ୍ୟୁ

ନୂଆଦିଲ୍ଲୀ : କୁହାଯାଏ ଅପରାଧୀମାନେ ନିର୍ଭୀକ । କାହାକୁ ଡର ଭୟ ନାହିଁ । ରାତି ଅଧ ହେବା ଦିନ ଦ୍ୱିପ୍ରହର ସେମାନେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଖୁଲୁମ୍‌ଖୁଲା ଭାବରେ ଅପରାଡଧ ଘଟାଇ ପାରିବେ । ଏହା କେବଳ ଫିଲ୍ମ ରେ ଦେଖାଯାଏ ତାହା ନୁହେଁ , ବାସ୍ତବରେ ମଧ୍ୟ ଏଭଳି ଘଟଣା ଘଟୁଛି ।

ଦିନ ଦ୍ୱିପ୍ରହରରେ କୋର୍ଟ ପରିସର ମଧ୍ୟରେ ଅପରାଧୀମାନେ ହତ୍ୟାକାଣ୍ଡ ଘଟାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସିଭିଲ କୋର୍ଟରେ ହାଜର ହେବାକୁ ଆସିଥିବା ଏକ କଏଦୀଙ୍କୁ ଗୁଳି ଫୁଟାଇ ହତ୍ୟା କରାଯାଇଛି । ଏହି ଘଟଣାଟି ଘଟିଛି ବିହାରରେ । ଏହି ଘଟଣାଟି କୋର୍ଟ କ୍ୟାମ୍ପସ ବରଣ୍ଡାରେ ଘଟିଛି ।

ପ୍ରତ୍ୟକ୍ଷଦର୍ଶୀ କନଷ୍ଟେବଳଙ୍କ ସୂଚନା ଅନୁଯାୟୀ, କଏଦୀଙ୍କୁ ହାଜର କରିବା ପାଇଁ କୋଠରୀ ମଧ୍ୟକୁ ନେଇ ଯାଉଥିବା ବେଳେ ତିନି-ଚାରିଜଣ ଅପରାଧୀ ତାଙ୍କ ଉପରକୁ ହଠାତ୍ ଆଖିବୁଜା ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ କଏଦୀ ଜଣଙ୍କ ଟଳି ପଡିଥିଲେ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତକଙ୍କ ନାମ ପ୍ରଭାକର ପଣ୍ଡିତ ବୋଲି କୁହାଯାଉଛି । ଯିଏ ମଙ୍ଗଳବାର ସିଭିଲ କୋର୍ଟରେ ହାଜର ହେବାକୁ ଆସିଥିଲେ। ଏହି ହତ୍ୟାକାଣ୍ଡ ପରେ କୋର୍ଟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ଏସପି ଲିପି ସିଂ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଥିଲେ।

Get real time updates directly on you device, subscribe now.