fbpx
BJD
BJD SKY
BJD SKY

ଦୋକାନୀଙ୍କ ବଡ଼ ଅଫର: ଟମାଟୋ କେଜି ମାତ୍ର ୨୦ ଟଙ୍କାରେ ବିକ୍ରି

ନୂଆଦିଲ୍ଲୀ: ଟମାଟୋର ଉଚ୍ଚାଦରକୁ ନେଇ ଏବେ ଜନସାଧାରଣଙ୍କ ଚିନ୍ତା ବଢ଼ିଯାଇଛି । କେବଳ ଟମାଟୋ ନୁହେଁ । ଲଙ୍କା ମରିଚ, ଅଦା ଭଳି କିଛି ସାମଗ୍ରୀର ମୂଲ୍ୟ ଏବେ ଆକାଶଛୁଆଁ ହୋଇଯାଇଛି । ଏଭଳି ସ୍ଥିତିରେ ଗ୍ରାହକ କ’ଣ ଖାଇବେ ସେନେଇ ଚିନ୍ତାରେ ରହିଛନ୍ତି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ କେଜି ୧୦୦ ଟପିଥିବା ବେଳେ କିଛି ସ୍ଥାନରେ ୧୫୦-୨୦୦ ମଧ୍ୟରେ ରହିଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଭଳି ମହଙ୍ଗା ସମୟରେ ମଧ୍ୟ ଶସ୍ତାରେ ଟମାଟୋ ମିଳୁଛି । ଜଣେ ଦୋକାନୀ ଟମାଟୋ କୋଜି ମାତ୍ର ୨୦ ଟଙ୍କାରେ ବିକ୍ରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ନିଷ୍ପତ୍ତି ଫଳରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିବା ଦୋକାନୀ କହିଛନ୍ତି । ବେଙ୍ଗାଲୁରୁର ଜଣେ ପରିବା ଦୋକାନୀ କେଜି ପ୍ରତି ୬୦ ଟଙ୍କା ଦେଇ ୫୫୦ କେଜି ଟମାଟୋ କିଣିଥିଲେ ।

ପରବର୍ତ୍ତୀ ସମୟରେ ଦୋକାନୀ ଜଣଙ୍କ ଟମାଟୋ କେଜି ୨୦ ଟଙ୍କାରେ ବିକ୍ରି କରିଥିଲେ । ନିଜ ଦୋକାନର ୪ ବର୍ଷ ପୂର୍ତ୍ତି ଅବସରରେ ଦୋକାନୀ ଜଣଙ୍କ ଏଭଳି ଅଫର ଗ୍ରାହକଙ୍କୁ ଦେଇଥିଲେ । ଏହାଫଳରେ ମାତ୍ର କେଇ ମିନିଟ୍ ମଧ୍ୟରେ ସବୁ ଟମାଟୋ ଖାଲି ହୋଇଯାଇଥିଲା । ତେବେ ଏହାର ଗୋଟିଏ ଦିନ ପରେ ଉକ୍ତ ଦୋକାନୀ ଜଣଙ୍କର ଟମାଟୋ କେଜି ୪୮ ଟଙ୍କାରେ ବିକ୍ରି କରିଥିଲେ । ତାମିଲନାଡ଼ୁର ଏହି ପରିବା ଦୋକାନୀକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ।

Get real time updates directly on you device, subscribe now.