fbpx

(Video) ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର, ସତ ହେଉଛି କି ମାଳିକା ବଚନ? ପୃଥିବୀ ଶେଷ ହେବାର ସଙ୍କେତ

ପୃଥିବୀ ବୋଧହୁଏ ଶେଷ ହେବା ଦିଗରେ ଆଗେଇ ଚାଲିଛି । କାରଣ ମାଳିକା ଅନୁସାରେ କଳିଯୁଗ ଧ୍ୱଂସ ହେବା ସମୟରେ ହେବାକୁ ଥିବା ପ୍ରତ୍ୟେକଟି ଘଟଣା ବର୍ତ୍ତମାନ ସତ ହେବାରେ ଲାଗିଛି । ୬୦୦ ବର୍ଷ ପୁର୍ବେ ମାଳିକାରେ ବର୍ଣ୍ଣିତ ଥିବା ସମସ୍ତ ଭବିଷ୍ୟବାଣୀ ଗୋଟିଏ ପରେ ଗୋଟିଏ କଥା ଅକ୍ଷରେ ଅକ୍ଷରେ ସତ ହେଉଥିବା ବେଳେ ଏଠି ପୁଣି ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି । ନିମ୍ବ ଗଛରୁ ଝରୁଛି ମିଠା ମିଠା କ୍ଷୀର । ଯାହାକୁ ଆଖିରେ ନ ଦେଖିଲେ ଆପଣ ମାନେ ବିଶ୍ୱାସ କରିପାରିବେନି । ଏହି ଘଟଣାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । କଳିଯୁଗ ଶେଷ ହେବା ଏବଂ ପୃଥିବୀ ଧ୍ୱଂସ ହେବାର ଏହା ଏକ ପୂର୍ବ ସଂକେତ ବୋଲି କୁହାଯାଉଛି । ମାଳିକା ବଚନ ଧିରେ ଧିରେ ସତ ହେବାକୁ ଯାଉଛି ବୋଲି କହୁଛନ୍ତି ସାଧାରଣ ଲୋକେ ।

ଯାହାକି ମାଳିକାର ସେ ପଦକୁ ସ୍ପଷ୍ଟ ପ୍ରମାଣ କରୁଛି । ଏଭଳି ଏକ ଆଶ୍ଚର୍ଯ୍ୟକର ଅଲୌକିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ ଜାନିକାପାଳ ଗ୍ରାମରେ । ଏହି ଗ୍ରାମର ସ୍ୱର୍ଗତ ଦାମୋଦର ଜେନା ବହୁ ବର୍ଷ ପୂର୍ବରୁ ମା’ ତାରିଣୀଙ୍କ ସ୍ୱପ୍ନାଦେଶ ପାଇ ଏହି ଲିମ୍ବ ଗଛ ମୂଳରେ ଏକ ପଥର ରଖି ପୂଜା କରୁଥିଲେ । ତେବେ ଆଜି ସକାଳେ ଏହି ଲିମ୍ବ ଗଛରୁ କ୍ଷୀର ଭଳି ତରଳ ପଦାର୍ଥ ଝରୁଥିବାର ପାଖ ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ଏବଂ ଦେଖୁ ଦେଖୁ କଥାଟି ସାରା ଅଞ୍ଚଳରେ ନିଆଁଭଳି ବ୍ୟାପି ଯାଇଥିଲା । ଏହାପରେ ସେହି ନିମ୍ବ ଗଛକୁ ଦେଖିବା ପାଇଁ ଘଟଣାସ୍ଥଳରେ ଶହ ଶହ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ କେହି ଏହାକୁ ଦୈବୀକୃପା କହି ପୂଜାପାଠ କରୁଥିବା ବେଳେ ଏଭଳି ଘଟଣା ସେହି ଅଞ୍ଚଳରେ ପ୍ରଥମ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ଏହି ସ୍ଥଳକୁ ବିଭାଗୀୟ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

ସୂଚନା ଅନୁସାରେ ଏଠାରେ ପୂଜାର୍ଚ୍ଚନା କରିବା ସହିତ ଦାମ ପୂଜାର୍ଚ୍ଚନା ମାଧ୍ୟମରେ ଲୋକଙ୍କ ସମସ୍ୟା ମଧ୍ୟ ଦୂର କରୁଥିଲେ । ତେଣୁ ତାଙ୍କ ଦେହାନ୍ତ ପରେ ବୋହୁ ମନୀଷା ଏହି ପୀଠକୁ ପୂଜା କରନ୍ତି । ତେବେ ବର୍ତ୍ତମାନ କିଛି ମୁଷ୍ଟିମେୟ ଲୋକ ଏହି ପୀଠକୁ ବାଡ଼ ବୁଜିବା ସହ ଗଛକୁ ପୂଜା ବନ୍ଦ କରିଦେଇଥିଲେ । ଏହାପରେ ଏଭଳି ଏକ ଘଟଣା ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.