fbpx

ଚନ୍ଦ୍ରପୃଷ୍ଠରେ ତିଆରି ହେବ Shopping Mall, ତାହେଲେ ଲୋକ କେମିତି ସପିଙ୍ଗ କରିବେ? ଦେଖନ୍ତୁ AIର କ୍ରିଏଟିଭିଟି

ନୂଆଦିଲ୍ଲୀ: ଧିରେ ଧିରେ ଚନ୍ଦ୍ରପୃଷ୍ଠରେ ନିଜର ଦବଦବା ଆରମ୍ଭ କରିବାକୁ ଯାଉଛି ମଣିଷ । ନିୟମିତ ଅନ୍ତରାଳରେ ଚନ୍ଦ୍ରକୁ ଯାଇ ସେଠାରେ ପରୀକ୍ଷା ନିରୀକ୍ଷା କରିବା ସହ ଅନେକ ଉଦ୍ଭାବନ ମଧ୍ୟ କରୁଛି । ତେଣୁ ଖୁବଶୀଘ୍ର ପୃଥିବୀ ଭଳି ଚନ୍ଦ୍ରରେ ମଧ୍ୟ ବିଭିନ୍ନ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି । ତେବେ ଯଦି ଚନ୍ଦ୍ରପୃଷ୍ଠରେ ପୃଥିବୀ ଭଳି ସପିଙ୍ଗ ମଲ୍ ଖୋଲାଯାଏ, ତେବେ ପୃଥିବୀବାସୀ କିପରି ସେଠାରେ ସପିଙ୍ଗ କରିବେ? ଏହାକୁ କଳ୍ପନା କରିବା ମଧ୍ୟ ଖୁବ ମଜାଦାର ମନେ ହେଉଛି । କିନ୍ତୁ ଏହା କ’ଣ ସମ୍ଭବ?

Moon mall by JimHatama on DeviantArt

ଏହାର ଉତ୍ତର ହେଉଛି ନା, ଚନ୍ଦ୍ରରେ ସପିଙ୍ଗ ମଲ୍ ପ୍ରସ୍ତୁତ କରିବା ସେତେଟା ସହଜ ହେବନାହିଁ । ତେବେ ଭବିଷ୍ୟତରେ ଏମିତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହାର କଳ୍ପନାକୁ ନେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଛି । ଚନ୍ଦ୍ରରେ ମେନାରଞ୍ଜନର ସୁବିଧା ଉପଲବ୍ଧ କରାଇବା ପାଇଁ ଦୋକାନ, ରେଷ୍ଟୁରାଣ୍ଟ, ମଲ୍ଟିପ୍ଲେକ୍ସ, ଅନ୍ତରୀକ୍ଷ ଯାତ୍ରା ସମ୍ବନ୍ଧୀୟ ଦୋକାନ ଇତ୍ୟାଦି ହୋଇପାରେ । ତେବେ ଚନ୍ଦ୍ରପୃଷ୍ଠରେ ମଲ୍ ପ୍ରସ୍ତୁତ ହେଲେ, ଅନ୍ତରୀକ୍ଷ ଯାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଆରାମଦାୟକ ସ୍ଥାନ ମିଳିପାରିବ । ଏଠାରେ ସେମାନେ ବିଶ୍ରାମ କରିବା ସହିତ ଭୋଜନ କରିପାରିବେ ଏବଂ ଶୋଇପାରିବେ । ଏହାଦ୍ୱାରା ଅନ୍ତରୀକ୍ଷ ଯାତ୍ରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ରହିପାରିବେ ଏବଂ ଅଧିକ ଦୂର ଯାତ୍ରା କରିବା ମଧ୍ୟ ସମ୍ଭବ ହୋଇପାରିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଏକ କଳ୍ପନା ହୋଇ ରହିଛି ।

Moon-shaped resorts proposed to provide "space tourism for all"

ଚନ୍ଦ୍ରପୃଷ୍ଠରେ ମଲ୍ ପ୍ରସ୍ତୁତ ହେଲେ ଏକ ନୂଆ ଇଣ୍ଡଷ୍ଟ୍ରି ଜନ୍ମଲାଭ କରିବ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହୋଇପାରିବ । ଏହାଦ୍ୱାରା ଲୋକମାନଙ୍କ ପାଇଁ ନୂଆ ଅବସର ମିଳିପାରିବ । ଚନ୍ଦ୍ରପୃଷ୍ଠରେ ଏପରି ସଫଳତା ଅର୍ଥବ୍ୟବସ୍ଥାରେ ଏକ ବଡ଼ ସଫଳତା ପ୍ରଦାନ କରିବ । ଏହାସହିତ ମାନବତା ପାଇଁ ଏକ ନୂଆ ଆରମ୍ଭ ହୋଇପାରିବ । ଏହା ଏମିତି ଏକ ସ୍ଥାନ ହେବ, ଯେଉଁଠି ସମସ୍ତ ଦେଶର ଲୋକ ଏକାସାଙ୍ଗରେ ଆସି ଶାନ୍ତି ଏବଂ ସମୃଦ୍ଧିରେ ବସବାସ କରିପାରିବେ ।

Get real time updates directly on you device, subscribe now.