ଭୋଟ ଦେଲେନି ବୋଲି ଗୁଳି କରି ମାରିଦେଲେ, 20 ବର୍ଷ ପରେ ମିଳିଲା ନ୍ୟାୟ
ଭୋଟ ନଦେବାରୁ ପ୍ରଥମେ ବାଡ଼ିରେ ଆକ୍ରମଣ କଲେ, ତା ପରେ ଗୁଳି କରି ମାରିଦେଲେ
ଉତ୍ତରପ୍ରଦେଶ: ଭୋଟ ନଦେବାରୁ ପିଟି ପିଟି ମାରିଦେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାରେ। ଏହି ଘଟଣା 2005 ମସିହାରେ ହୋଇଥିବାବେଳେ ପ୍ରାୟ 20 ବର୍ଷ ପରେ କୋର୍ଟ ଏହି ଘଟଣାର ଦଣ୍ଡାଦେଶ ଶୁଣାଇଛନ୍ତି।
କଣ ଥିଲା ପୁରା ଘଟଣା: ଆଗ୍ରାର ଲାଡମ୍ ମାନଖେଡାରେ ପଞ୍ଚାୟତ ନିର୍ବାଚନ ସମୟରେ 6 ଜଣ ଲୋକ 35 ବର୍ଷୀୟ ଧରମପାଲ ଏବଂ ତାଙ୍କ ଭାଇ ଧରମବୀରଙ୍କୁ ସେମାନଙ୍କ ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ। କିନ୍ତୁ ଧରମବୀର ଏବଂ ତାଙ୍କ ଭାଇ ସେହି ପ୍ରାର୍ଥୀଙ୍କୁ ଭୋଟ ଦେବେ ନାହିଁ ବୋଲି ମନା କରିଦେଇଥିଲେ।
ତା ପରେ ସେହି 6ଜଣ ଲୋକ ମିଶି ଧରମପାଲଙ୍କୁ ପ୍ରଥମେ ବାଡ଼ିରେ ଆକ୍ରମଣ କରିଥିଲେ ଏବଂ ପରେ ଗୁଳି କରି ମାରିଦେଇଥିଲେ। ପୋଲିସ ପରଦିନ IPC ଧାରା 147, 148, 149 ଏବଂ 302 ଅନୁଯାୟୀ ଏକ FIR ରୁଜୁ କରି ଅଭିଯୁକ୍ତଙ୍କୁ 15 ସେପ୍ଟେମ୍ବର 2005 ରେ ଗିରଫ କରିଥିଲା।
ବନ୍ଧୁକ ସହ ଗୁଳି ଜବତ: ପୋଲିସର ତଦନ୍ତ ସମୟରେ ବାଜରା କ୍ଷେତରୁ ଏକ .315 ବୋର ବନ୍ଧୁକ ଏବଂ ଦୁଇଟି ଗୁଳି ଜବତ କରାଯାଇଥିଲା। ଗିରଫ ହେଲା ପରେ ଅଭିଯୁକ୍ତ ବଲବୀର ସିଂହ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରି କୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରିବାକୁ ଅନୁରୋଧ କରି କହିଥିଲେ ଏହା ମୋର ପ୍ରଥମ ଅପରାଧ।
20 ବର୍ଷ ପରେ ମୃତକଙ୍କ ପରିବାରକୁ ନ୍ୟାୟ: ମୋର ଦୁଇଟି ଛୋଟ ପିଲା ଅଛନ୍ତି। ମୁଁ ମୋ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ। ମୋତେ ଛାଡ଼ିଦିଅନ୍ତୁ। ତଥାପି, କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ପ୍ରାୟ 20 ବର୍ଷ ପରେ କୋର୍ଟ ଏହି ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ତରେ ଦଣ୍ଡିତ କରିଛନ୍ତି।