fbpx
BJD SKY
BJD SKY

ମିଳିଲା ଗୁଳି ଖାଇ ବୁଲୁଥିବା ହାତୀ, ୫ ଦିନ ହେଲାଣି ଆହତ ଅବସ୍ଥାରେ ବୁଲୁଥିଲା ଜଙ୍ଗଲରେ

BJD

ନରସିଂହପୁର: ମିଳିଲା ଗୁଳି ଖାଇ ବୁଲୁଥିବା ହାତୀ । ବଡ଼ମ୍ବା ପଶ୍ଚିମ ରେଞ୍ଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀର ଖୋଜ୍ ମିଳଛି । ହାତୀ ଦେହରେ ୫ ଟି ଗୁଳି ବାଜିଥିବା ପ୍ରାଣୀ ଚିକିତ୍ସକ ସୂଚନା ଦେଇଛନ୍ତି । ତେବେ ଗୁଳିବିଦ୍ଧ ହାତୀର ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଛି । ନିରସିଂହପୁର ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ହାତୀର ଚିକିତ୍ସା ଆରମ୍ଭ ହୋଇଛି ।

ସୂଚନାମୁତାବକ ତିନି ଦିନ ହେବ ହାତୀଟି ଗୁଳି ଖାଇ ଜଙ୍ଗଲରେ ଆହତ ଅବସ୍ଥାରେ ବୁଲୁଥିଲା । ଖବର ପାଇ ବନବିଭାଗ ପକ୍ଷ ରୁ ହାତୀ ଟିକୁ କାବୁ କରିବା ପାଇଁ ଉଦ୍ୟମ ହୋଇଥିଲା। ଦୁଇ ଥର ଟ୍ରାଙ୍କୁଲାଇଜ୍ କରି ବିଫଳ ହେବା ପରେ ଆଜି ହାତୀଟିକୁ ନରସିଂହପୁର ପଶ୍ଚିମ ବନଖଣ୍ଡ ଅଧୀନ ବାରସିଂଗା ଜଙ୍ଗଲ ରେ କାବୁ କରାଯାଇଛିା କାବୁ କରିବାପରେ ସାତକୋଶିଆ ୱାଇଲ୍ଡ ଲାଇଫ ର ଡାକ୍ତରି ଟିମ୍ ହାତୀ ଟିର ଚିକିତ୍ସା ଆରମ୍ଭ କରିଛନ୍ତି । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ପୂର୍ବ ବନଖଣ୍ଡ ଅଧୀନସ୍ଥ ନୂଆଗଡ ସଂରକ୍ଷିତ ଜଙ୍ଗଲ ରେ ଏହି ଦନ୍ତାର ଏବେ ଚିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ନରସିଂହପୁର ଅଞ୍ଚଳରେ ତିନିଟି ହାତୀ କଙ୍କାଳ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ପୁଣି ଏକ ହାତୀକୁ ଗୁଳିମାଡ଼ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏକ ହାତୀକୁ ଗୁଳି କରାଯାଇଥିଲା, ଯାହାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଗତ କିଛି ଦିନରେ ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲଗାତାର କିଛି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରୁ ଏକାଧିକ ହାତୀ ମୃତ୍ୟୁ ଘଟଣା ରାଜ୍ୟ ସରକାର ତଥା ବନ ବିଭାଗକୁ ଅଡୁଆରେ ପକାଇ ଦେଇଛି । ନିକଟରେ ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ଜାହିର କରିବା ସହ ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ଜବାବ ମାଗିଛନ୍ତି ମାନ୍ୟବର ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ଏକ ନୋଟିସ ଜାରି କରି ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହାତୀମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଜବାବ ଦେବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ତେବେ ଏହି ଆଇନ ଆସାମ ଢାଞ୍ଚାରେ ପ୍ରଣୟନ ପାଇଁ ଆବେଦନ କରାଯାଇଥିଲା ।

Get real time updates directly on you device, subscribe now.