fbpx

‘ନ୍ୟୁଡ ସିନ୍ କରିବା ବନ୍ଦ କରିବିନି…’: ସେକ୍ସ ସିମ୍ବଲ କୁହାଯିବାରୁ ଏମିତି କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ହଲିଉଡ ଜଗତର ଲୋକପ୍ରିୟ ଶୋ’ ୟୁରୋଫିଆର ଅଭିନେତ୍ରୀ ସିଡନୀ ସ୍ୱିନୀଙ୍କ ତାଙ୍କ ଅଭିନୟ ପାଇଁ ‘ସେକ୍ସ ସିମ୍ବଲ’ ନାମରେ ଜଣାଯାଉଛି । ଏହି ଶୋ’ରେ କେସି ହାୱର୍ଡ ଚରିତ୍ରରେ ନଜର ଆସିଛନ୍ତି ସ୍ୱିନୀ । ତାଙ୍କର ଦମଦାର ଅଭିନୟ ପାଇଁ ତାଙ୍କୁ ଏମି ଆୱାର୍ଡସ ପାଇଁ ନୋମିନେସନ ମଧ୍ୟ ମିଳିଛି । ତେବେ ସେ କରୁଥିବା ନ୍ୟୁଡ ସିନ୍ସକୁ ନେଇ ସେ ଏକ ଇଣ୍ଟରଭ୍ୟୁରେ ନିଜ ମତାମତ ରଖିଛନ୍ତି । ଏହିପରି ସିନ୍ କରିବା ସେ ବନ୍ଦ କରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି ।

Sydney Sweeney on Financial Insecurity, Being a Young Mom | POPSUGAR  Celebrity

ହଲିଉଡର ଏହି ଲୋକପ୍ରିୟ ଶୋ’ ଷ୍ଟୋରୀ ସାଙ୍ଗକୁ ବୋଲ୍ଡ ଚରିତ୍ରମାନଙ୍କ ପାଇଁ ଖୁବ ଲୋକପ୍ରିୟତା ହାସଲ କରିପାରିଛି । ନିକଟରେ ବଭିନ୍ନ ଜିନିଷକୁ ଓଭର ସେକ୍ସୁଆଲାଇଜ କରୁଥିବା ମଧ୍ୟ ଶୋ’ ଉପରେ ଅଭିଯୋଗ ହୋଇଥିଲା । ତେବେ ଏହି ପ୍ରକାର ସମସ୍ତ ଆରୋପକୁ ପ୍ରତ୍ୟାଖ୍ୟାନ କରି ସ୍ୱିନୀ କହିଛନ୍ତି ଯେ, ଚଳଚ୍ଚିତ୍ର ନିର୍ମାତାମାନଙ୍କ ଉପରେ ମୋର ଭରସା ରହିଛି । ତେଣୁ ୟୁରୋଫିଆର କ୍ରିଏଟର ସାମ ଲେଭିନସନ ଯାହା ବି ଲେଖିଛନ୍ତି ତାହା କରିବାକୁ ଖୁବ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ସ୍ୱିନୀ ।

Sydney Sweeney on Fame, Euphoria, and the Pressure of Paying the Bills –  The Hollywood Reporter

ତେବେ ନିଜ ନ୍ୟୁଡ ସିନ୍ସକୁ ନେଇ ମଧ୍ୟ ମତ ରଖିଛନ୍ତି ସ୍ୱିନୀ । ଆମେମାନେ ଏକ ଚରିତ୍ରରେ ଅଭିନୟ କରୁଛୁ ବୋଲି ଲୋକମାନେ ଭୁଲି ଯାଉଛନ୍ତି । ତେଣୁ ସ୍କ୍ରିନ ଉପରେ ନ୍ୟୁଡ ହୋଇଯିବାରୁ ସେମାନେ ସେକ୍ସ ସିମ୍ବଲର ଆଖ୍ୟା ଦେଉଛନ୍ତି । ତେବେ ତାଙ୍କର ଏହି ସିନ୍ କରିବାରେ କୌଣସି ଆପତ୍ତି ନାହିଁ ଏବଂ ସେ ଏଭଳି ସିନ ଆଗକୁ ବନ୍ଦ କରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି ସ୍ୱିନୀ ।

Get real time updates directly on you device, subscribe now.