ନୂଆଦିଲ୍ଲୀ: ଚଳିତ ସିଜନରେ ୪ଟି ମ୍ୟାଚ ଖେଳିସାରିଥିବା ଚେନ୍ନାଇ ଏବେ ନିଜର ପ୍ରଥମ ବିଜୟ ଅପେକ୍ଷାରେ ରହିଛି । IPL ଇତିହାସରେ ପ୍ରଥମ ଥର ପାଇଁ ସିଜନ ଆରମ୍ଭରୁ ଲଗାତାର ୪ଟି ମ୍ୟାଚରେ ପରାଜୟର ସାମନା କରିଛି ସିଏସକେ । ତେରେ ଦଳ ବିଭିନ୍ନ ପରିବର୍ତ୍ତନ ଏବଂ ଅନେକ ପ୍ଲାନ ପରେ ମଧ୍ୟ ପରାଜୟ ତା ପିଛା ଛାଡୁନି । ସେପଟେ ଏନେଇ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ପାର୍ଥୀବ ପଟେଲ ଦେଇଛନ୍ତି ଏକ ଭିନ୍ନ ଉପାୟ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳ ପାଇଁ ଓପନ କରିବାକୁ କହିଛନ୍ତି ପାର୍ଥୀବ ।
ଗତବର୍ଷର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ IPL-୧୫ରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାର୍ଥୀବଙ୍କର ଏହି ଯୋଜନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଥମ ୪ଟି ମ୍ୟାଚରେ ଲଗାତାର ହାର ପରେ ଏବେ ପ୍ଲେଅଫରେ ସ୍ଥାନ ପକ୍କା କରିବା ମଧ୍ୟ ଏକ ପ୍ରକାର ମୁସ୍କିଲ ଲାଗୁଛି । ତେଣୁ ଧୋନୀଙ୍କୁ ହିଁ ଏକ ବଡ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଖୋଳି ପାର୍ଥୀବ ପଟେଲ । ଧୋନୀ କ୍ୟାରିୟରର ପ୍ରଥମରେ ୩, ୪ କିମ୍ବା ଓପନିଙ୍ଗ ମଧ୍ୟ କରିଛନ୍ତି । ଏବେ ୭ ନମ୍ବରରେ ବ୍ୟାଟିଂ କରିବା ପାଇଁ ମଇଦାନକୁ ଆସୁଥିବା ଧୋନୀଙ୍କୁ ଦଳ ପାଇଁ ଓପନ କରିବାକୁ ସେ ଅପିଲ କରିଛନ୍ତି । ଧୋନୀ ଚଳିତ ସିଜନରେ ଭଲ ଫର୍ମରେ ମଧ୍ୟ ରହିଛନ୍ତି । ତେଣୁ ଓପନ କରି ଦଳକୁ ଏକ ସୁନ୍ଦର ଷ୍ଟାର୍ଟ ଦେଲେ ହୁଏତ ଚେନ୍ନାଇ ପାଇଁ କିଛି ଲାଭଦାୟକ ହୋଇ ପାରନ୍ତା । ସେପଟେ ଯଦି ଧୋନୀ ୧୪-୧୫ ଓଭର ପର୍ଯ୍ୟନ୍ତ ଖେଳନ୍ତି, ତେବେ ଦଳ ଏକ ମଜବୁତ ସ୍କୋର ଠିଆ କରିବ ବୋଲି କୌଣସି ସନ୍ଦେହ କରାଯାଇ ନପାରେ ।
ତେବେ ଚେନ୍ନାଇର ଏଭଳି ଜଟିଳ ପରିସ୍ଥିତିରେ ଏମିତି କିଛି ନିଷ୍ପତ୍ତି ନେଲେ ଏହା ଦଳ ପାଇଁ କିଛି ସୁଧାର ଆଣି ପାରିବ ବୋଲି ଆଶା ରଖାଯାଇଛି । ଜାଡେଜା ମଧ୍ୟ ନିଜ ଲୟରୁ ହଟୁଥିବା ଦେକାଯାଇଛି । ଅଧିନାୟକର ସାୟିତ୍ୱଭାର ତାଙ୍କ ଖେଳ ଉପରେ ମଧ୍ୟ ପଡିଛି । ନେତୃତ୍ୱଭାର ସହିତ ବୋଲିଂ, ବ୍ୟାଟିଂରେ ମଧ୍ୟ ସେ ନିଷ୍ଫଳ ପ୍ରମାଣିତ ହୋଇଛନ୍ତି ।