fbpx
BJD SKY
BJD SKY

ଆପଣଙ୍କ ପାଖରେ ଠୋସ୍ ପ୍ରମାଣ ଅଛି ତ ଦେଖାଅ, କେଜ୍ରିୱାଲ ମାମଲାରେ ଇଡିକୁ ଏପରି କହିଲେ ହାଇକୋର୍ଟ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡିର ଗିରଫଦାରୀ ଭୟରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ତାଙ୍କର ଏହି ଯାଚିକା ଉପରେ ଆଜି ଅର୍ଥାତ୍ ଗୁରୁବାର ଶୁଣାଣୀ ହୋଇଛି । ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ ହାଇକୋର୍ଟରେ କହିଥିଲେ କି ଲୋକସଭା ନିର୍ବାଚନ ପରେ ତାଙ୍କୁ ଗିରଫ କରାଯାଉ । ଅତି କମ୍‌ରେ ତାଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଉ ।

ଶୁଣାଣୀ ସମୟରେ ସିଙ୍ଘବୀ କୋର୍ଟରେ କହିଥିଲେ କି ଯଦି ଆପଣଙ୍କୁ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଏତେ ଖୁସି ଲାଗୁଛି ତେବେ ତାଙ୍କୁ ଜୁନ୍‌ରେ ଗିରଫ କରାଯାଉ । ସିଙ୍ଘବୀ କହିଥିଲେ କି ନିର୍ବାଚନ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ସୁରକ୍ଷା ଦିଆଯାଉ ।

ସିଙ୍ଘବୀ କହିଥିଲେ କି ତାଙ୍କୁ କେବେ ଏହା କୁହାଯାଇନାହିଁ କି ସେ ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ସାକ୍ଷୀ କି ଦୋଷୀ । ସେ କହିଛନ୍ତି ଯେତେବେଳେ ନିର୍ବାଚନ ଆସୁଛି ସେତେବେଳେ ସମନ ପଠାଯାଉଛି । ଅନ୍ୟପକ୍ଷରେ କୋର୍ଟ ଆଜି ଇଡିକୁ କହିଛନ୍ତି ଯଦି କେଜ୍ରିୱାଲଙ୍କ ବିରୁଦ୍ଧରେ ଆପଣଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ଅଛି ତେବେ ଆପଣ ତାହା ଦେଖାନ୍ତୁ । ଏହାର ଉତ୍ତରରେ ଇଡି କହିଛି ଯାଞ୍ଚ ସମ୍ବନ୍ଧିତ ସାମଗ୍ରୀ ଏପରି କୋର୍ଟରେ ଆମେ ସର୍ବସମ୍ମୁଖରେ ରଖି ପାରିବୁ ନାହିଁ । କୋର୍ଟ କହିଛନ୍ତି ତେବେ ଆପଣ ଏହା କେବଳ ଆମକୁ ଦେଖାନ୍ତୁ । ଇଡି କହିଛି ଆମେ ଆଇନ ଆଧାରରେ ହିଁ କାର୍ଯ୍ୟାନୁଷ୍ଠାନ ନେଉଛୁ । ଆଇନ କେଜ୍ରିୱାଲ ଓ ସାଧାରଣ ଜନତାଙ୍କ ଲାଗି ସମାନ ଅଟେ ।

Get real time updates directly on you device, subscribe now.