fbpx

ଏୟାରପୋର୍ଟରେ ‘ବେବୋ’ଙ୍କ ସ୍ୱାଗ୍… ପିନ୍ଧିଥିଲେ ଏପରି ଜ୍ୟାକେଟ୍, ଅଟକିଥିଲା ସମସ୍ତଙ୍କ ନଜର

ମୁମ୍ବାଇ: ବଲିଉଡ଼ର ବେବୋ ଭାବେ ପରିଚିତ କରୀନା କପୁର ଖାନ୍ । ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜର ସମସ୍ତେ ଦିୱାନା । ସୋସିଆଲ ମିଡ଼ିଆରେ ସେ ବେଶ ଆକ୍ଟିଭ୍ ମଧ୍ୟ । ତାଙ୍କ ପ୍ରଶଂସକଙ୍କ ତାଲିକା ବି ଖୁବ୍ ଲମ୍ବା । ନିକଟରେ ସେ ସୈଫ ଅଲି ଖାନ୍ ଏବଂ ପିଲାଙ୍କ ସହ ଏୟାରପୋର୍ଟରେ ନଜର ଆସିଥିଲେ । ଖାସ୍ କଥା ହେଉଛି କରୀନାଙ୍କ ଜ୍ୟାକେଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ମିଡ଼ିଆ ସୂତ୍ରରୁ ପ୍ରକାଶ ଗୁରୁବାର କରୀନା କପୁର ଖାନ ପରିବାର ସହ ଏୟାରପୋର୍ଟରେ ନଜର ଆସିଥିଲେ । କରୀନାଙ୍କ ସହ ସୈଫ୍ ଏବଂ ତୈମୁର ପାପାରାଜି(Paparazzi)ଙ୍କୁ ପୋଜ୍ ଦେଉଥିବାର ନଜର ଆସିଥିଲେ । କିନ୍ତୁ ସେ କେଉଁଠି ଯାଉଛନ୍ତି ସେ ବିଷୟରେ କିଛି ଖୁଲାସା କରିନଥିଲେ । ସେ ପରିବାର ସହ ଛୁଟି କଟେଇବା ପାଇଁ ଯାଉଥିବା ଅନୁମାନ କରାଯାଉଛି । ସୈଫ ମେରୁନ୍ ରଙ୍ଗର କୁର୍ତ୍ତା ସହ ଧଳା ରଂଗର ପାଇଜାମା ପିନ୍ଧିଥିଲେ । ସେହିପରି କରୀନା କଳା ରଂଗର ଟ୍ରାଉଜର ସହ ଧଳା ରଂଗର ଟି-ସାର୍ଟ ଏବଂ ଡେନିମ୍ ଜ୍ୟାକେଟରେ ନଜର ଆସିଥିଲେ । କରୀନାଙ୍କ ଜ୍ୟାକେଟ୍ କିନ୍ତୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ସେଥିରେ ଲେଖାଥିଲା- ରିସ୍କ ଇଟ୍, ଫେକ୍ ଇଟ୍, ଷ୍ଟିଲ୍ ଇଟ୍ । ବର୍ତ୍ତମାନ କରୀନାଙ୍କ ଫ୍ୟାମିଲି ଫଟୋ ସହ ଏହି ଜ୍ୟାକେଟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏୟାରପୋର୍ଟରେ ସେ ତାଙ୍କ ଫ୍ୟାନ୍ସମାନଙ୍କ ସହ ସେଲ୍ଫି ମଧ୍ୟ ନେଇଥିଲେ ।

ବାସ୍ତବରେ କରୀନା କପୁର ତାଙ୍କ ଆଗାମୀ ଫିଲ୍ମ- ‘କ୍ରୁ’ର ପ୍ରୋମୋସନ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମ- ‘କ୍ରୁ’ର ଟ୍ୟାଗ୍ ଲାଇନ୍ ହେଉଛି- ରିସ୍କ ଇଟ୍, ଫେକ୍ ଇଟ୍, ଷ୍ଟିଲ୍ ଇଟ୍ । ଯାହା କରୀନାଙ୍କ ଜ୍ୟାକେଟରେ ଲେଖା ହୋଇଥିଲା । ତେବେ କରୀନାଙ୍କ ଫିଲ୍ମ ପ୍ରୋମୋଟ କରିବାର ଏହି ନିଆରା ଅନ୍ଦାଜ ଫ୍ୟାନ୍ସମାନଙ୍କୁ ବେଶ ପସନ୍ଦ ଆସିଥିଲା । କହିରଖୁଛୁ ମାର୍ଚ୍ଚ ୨୯ରେ ଫିଲ୍ମ ‘କ୍ରୁ’ ପ୍ରେକ୍ଷାଳୟରେ ରିଲିଜ ହେବ ।

Get real time updates directly on you device, subscribe now.