fbpx

ମାନବିକତା ଦେଖାଇଲେ ଯବାନ, ବୃଦ୍ଧଙ୍କୁ କାନ୍ଧରେ ନେଇ ମେଡ଼ିକାଲରେ ପହଞ୍ଚାଇଲେ

ମାଲକାନଗିରି: ୭୦ ବର୍ଷିୟ ଜଣେ ବୃଦ୍ଧଙ୍କୁ କାନ୍ଧରେ କାନ୍ଧେଇ ମେଡ଼ିକାଲରେ ପହଞ୍ଚାଇଲେ ଯବାନ। ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଖଇରପୁଟ ବ୍ଲକ ଅନ୍ତର୍ଗତ ଡାବୁଗୁଡା ଗ୍ରାମରେ। ଖବର ମୁତାବକ ଖଇରପୁଟ ବ୍ଲକରେ ଥିବା ୧୫୧ ବେଟାଲୀୟନର ବି.ଏସ.ଏଫ ର ଯବାନ ମାନେ କୁମ୍ବିଙ୍ଗ ଅପରେସନକୁ ଯାଇ ବେସ କ୍ୟାମ୍ପକୁ ଫେରୁଥିଲେ। ଏହି ସମୟରେ ଡାବୁଗୁଡା ଗ୍ରାମର ଦାମଦୋର ଶିସା ନାମକ ଜଣେ ୭୦ ବର୍ଷିୟ ଜଣେ ବୃଦ୍ଧ ଜ୍ୱରରେ ପୀଡିତ ହୋଇ ଏକା ଜଙ୍ଗଲ ମଧ୍ୟରେ ଚାଲି ଚାଲି ମେଡିକାଲକୁ ଆସୁଥିବା ଦେଖିଥିଲେ।

ତେବେ ରାସ୍ତା ଖରାପ ସାଙ୍ଗକୁ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ସେଠାକୁ ପହଞ୍ଚିବା ସମ୍ଭବ ପର ହୋଇ ନଥିବା ବେଳେ ଯବାନ ମାନେ ତାଙ୍କ ସ୍ବାସ୍ତ୍ୟ ଅବସ୍ଥା ଖରାପ ଥିବା ଜାଣି ପାରି ବୃଦ୍ଧ ଶୀଷାଙ୍କୁ ଭାରରେ ୧୨ କିମି ବୋହି ବୋହି ମେଡ଼ିକାଲରେ ଆଣି ପହଞ୍ଚାଇ ଥିଲେ। ଯବାନଙ୍କ ଏପରି ମାନବିକତା ଦେଖି ଏବେ ଚାରି ଆଡ଼େ ପ୍ରଶଂସାର ସୁଅ ଛୁଟିଛି।

Get real time updates directly on you device, subscribe now.