fbpx

ଚାପରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରେ: ଶ୍ରେୟସ

କାନବେରା, ୧ା୧୨ : ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି । ଇତିମଧ୍ୟରେ ଦୁଇଟି ଏକଦିବସୀୟ ଶେଷ ହୋଇ ସାରିଛି । ଚତୁର୍ଥ ନମ୍ବରରେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଚର୍ଚ୍ଚା । ସୂଚନାଯୋଗ୍ୟ ଯେ, ପ୍ରଥମ ମ୍ୟାଚରେ ଶ୍ରେୟସ ଜୋସ ହେଜଲଉଡଙ୍କ ଏକ ବାଉନସରରେ ଆଉଟ ହୋଇଥିଲେ ହେଁ ପରବର୍ତ୍ତୀ ମ୍ୟାଚରେ ଭଲ ଖେଳି ୩୮ ରନ ସଂଗ୍ରହ କରିଥିଲେ । ତାଙ୍କୁ ନେଇ ଅଷ୍ଟ୍ରେଲିଆ ଦଳ ରଣନୀତି ପ୍ରସ୍ତୁତ କରୁଥିବାରୁ ସେ ଅଧିକ ଖୁସି ବୋଲି ଶ୍ରେୟସ କହିଛନ୍ତି । କାରଣ ଚାପରେ ରହି ସେ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି ।

Get real time updates directly on you device, subscribe now.