fbpx

ଶ୍ରେୟସ ଆୟାରଙ୍କ ପାଇଁ ବଡ ସୁଯୋଗ: ଅଧିନାୟକ କରିବା ପାଇଁ ଆଇପିଏଲ୍‌ର ତିନି ଫ୍ରାଞ୍ଚାଇଜ୍‌ ଆଗ୍ରହୀ

ନୂଆଦିଲ୍ଲୀ: ଶ୍ରେୟସ ଆୟାର ଚଳିତ ବର୍ଷର ଆଇପିଏଲରେ ଯେ କୌଣସି ଏକ ଫ୍ରାଞ୍ଚାଇଜର ଅଧିନାୟକ ନିଯୁକ୍ତି ହେବା ନିଶ୍ଚିତ ହୋଇ ଯାଇଛି । କାରଣ ମିଳିଥିବା ସୂଚନା ମୁତାବକ ବିରାଟ କୋହଲି ବହୁଦିନ ଧରି ବର୍ତ୍ତମାନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ହୋଇ ଥିଲେ ହେଁ କେବେ ଦଳକୁ ଟାଇଟଲ ବିଜୟୀ କରାଇ ପାରିଲେ ନାହିଁ । ତେଣୁ ଗତ ବର୍ଷ ସେ ଏହି ପଦରୁ ଦୂରେଇ ଯିବା ପାଇଁ ସୂଚନା ଦେବା ପରେ ଆୟାରଙ୍କୁ ଚଳିତ ବର୍ଷ ଅଧିନାୟକ କରିବା ପାଇଁ ଆଗ୍ରହୀ । ସେହିପରି ଅନ୍ୟତମ ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟ ଆୟାରଙ୍କ ଉପରେ ନଜର ରଖିଛି । ତେବେ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ସ୍ପଷ୍ଟ ହେବ ।

ସୂଚନା ଯୋଗ୍ୟ ଯେ ଆୟାର ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ । ମାତ୍ର ଆଘାତ ଜନିତ କାରଣ ନେଇ ଗତ ବର୍ଷ ସେ ଆଇପିଏଲର ପ୍ରଥମ ଭାଗରେ ଖେଳି ପାରି ନଳ ଥିଲେ । ତେଣୁ ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରା ଯାଇଥିଲା । ତେଣୁ ଚଳିତ ବର୍ଷ ପନ୍ତ ପୁଣି ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବା ସମ୍ଭାବନା ଥିବା ବେଳେ ଆୟାରଙ୍କ ପାଇଁ ବଡ ସୁଯୋଗ ଆସିଛି । ସେ ଯେଉଁ ଫ୍ରାଞ୍ଚାଇଜ ପାଇଁ ଖେଳିଲେ ମଧ୍ୟ ଅଧିନାୟକ ହେବା ନିଶ୍ଚିତ ।

Get real time updates directly on you device, subscribe now.