fbpx

ପାକିସ୍ତାନ ଜେଲରେ ଭାରତୀୟ ଧୀବରଙ୍କ ସନ୍ଦେହ ଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ୱାଘା ବର୍ଡରରେ ପହଞ୍ଚିଲା ଟିମ୍

ନୂଆଦିଲ୍ଲୀ: ବର୍ଷକ ତଳେ ପାକିସ୍ତାନ ତଟରକ୍ଷୀ ବାହିନୀ ଦ୍ୱାରା ଗିରଫ ହୋଇ ପାକିସ୍ତାନ ଜେଲରେ ଥିବା ଗୁଜରାଟର ୫୦ ବର୍ଷୀୟ ମତ୍ସ୍ୟଜୀବୀ ଜୟନ୍ତୀ ପୋଲାଙ୍ଗିଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଜାତ ହୋଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ,ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ତାଙ୍କ ଜନ୍ମ ସ୍ଥାନ ହେଉଛି ଗୁଜରାଟର ଗିର ସୋମନାଥ ଜିଲ୍ଲା ଅନ୍ତର୍ଗତ ସୁଟ୍ରାପାଡା । ସେ କିଛି ଦିନ ତଲେ ପାକିସ୍ତାନ ଜେଲରେ ମୃତ୍ୟୁ ବରଣ କରି ଥିବା ବେଳେ ସୋମବାର ଦିନ ଜଣେ ଭାରତୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ତାଙ୍କ ମୃତ ଦେହ ଆଣିବା ପାଇଁ ଭେରାଭାଲର ଗୁଜରାଟ ମତ୍ସ୍ୟ ବିଭାଗର ଏକ ଟିମ ପଞ୍ଜାବର ୱାଘା ସଂଲଗ୍ନ ସୀମାନ୍ତରେ ପହଞ୍ଚିଛନ୍ତି । ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ଠାରୁ ଏହି ସୂଚନା ପାଇବା ପରେ କେନ୍ଦ୍ର ସରକାର ଗୁଜରାଟ ମତ୍ସ୍ୟ ବିଭାଗକୁ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.