fbpx

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଶୁଭମନ ଗିଲ୍ ୯୯ ପ୍ରତିଶତ ଫିଟ୍: ରୋହିତ ଶର୍ମା

AAKASH

ଓଡ଼ିଶା ଭାସ୍କର: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଏକ ପ୍ରେସ୍ ମିଟରେ ଶୁବମନ ଗିଲଙ୍କ ବିଷୟରେ ବଡ଼ ତଥ୍ୟ ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଗିଲ୍ ମ୍ୟାଚ୍ ପାଇଁ ୯୯ ପ୍ରତିଶତ ଫିଟ୍ ଥିବା କଥା କହିଛନ୍ତି ରୋହିତ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । ବିଶ୍ୱକପ୍ ରେ ଏହା ଭାରତର ତୃତୀୟ ମ୍ୟାଚ୍ ହେବ। ପୂର୍ବ ଦୁଇଟି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ପ୍ରଥମେ ବିଜୟୀ ହୋଇଛି । ଦଳ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ଦ୍ବିତୀୟ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଜିତିଥିଲା। ଏଥିସହ ରୋହିତ ଶର୍ମା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଦଳର ବୋଲିଂ କମ୍ବିନେସନ୍ ବିଷୟରେ କହିଥିଲେ। ଆବଶ୍ୟକ ପଡ଼ିଲେ ଖେଳାଳିମାନେ ଆଗେଇ ଆସିବାକୁ ପ୍ରସ୍ତୁତ ଅଛନ୍ତି। ସୋସିଆଲ ମିଡିଆ ବିଷୟରେ ରୋହିତ ଶର୍ମା କହିଛନ୍ତି ଯେ ସେ ଗତ ୯ ମାସ ହେବ ସୋସିଆଲ ମିଡିଆରେ ନାହାନ୍ତି ।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ରେ ଅହମ୍ମଦାବାଦ ପଡ଼ିଆରେ ପଡୁଥିବା କାକରକୁ ନେଇ ଭାରତୀୟ ଅଧିନାୟକ କହିଛନ୍ତି, ‘ମୁଁ ଜାଣେ ନାହିଁ ଏହାର କେତେ ପ୍ରଭାବ ପଡ଼ିବ। ଚେନ୍ନାଇ କିମ୍ବା ଦିଲ୍ଲୀରେ ଏଥିରେ ବିଶେଷ ଫରକ ପଡ଼ିନଥିଲା। ଏଥିସହିତ ସେ ଟସ୍ ବିଷୟରେ ଆହୁରି ମଧ୍ୟ କହିଛନ୍ତି ଯେ ଟସ୍ ବଡ଼ କାରଣ ହେବ ନାହିଁ। ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କୁ ନେଇ ଭାରତୀୟ ଅଧିନାୟକ କହିଛନ୍ତି ଯେ ଦଳ ଯାହା ସହଜ ହେବ ତାହା କରିବାକୁ ଚେଷ୍ଟା କରିବୁ। ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ରେ ୭-୦ ରେକର୍ଡ କୁ ନେଇ ରୋହିତ ଶର୍ମା କହିଛନ୍ତି ଯେ ସେ ଏଭଳି ରେକର୍ଡ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ସେମାନେ କେବଳ ଏକ ଦଳ ଭାବରେ କିପରି ଭଲ କ୍ରିକେଟ୍ ଖେଳିପାରିବେ ତାହା ଉପରେ ଧ୍ୟାନ ଦିଅନ୍ତି। ସୂଚନାଯୋଗ୍ୟ, ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ପ୍ରତିଥର ପାକିସ୍ତାନକୁ ପରାସ୍ତ କରିଛି। ଉଭୟ ଦଳ ୭ ଥର ମୁହାଁମୁହିଁ ହୋଇଛନ୍ତି।

Get real time updates directly on you device, subscribe now.