fbpx
BSKY
BJD MC SKY
BJD YOUTH SKY

ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ‘Night Shift’: ଜାଣନ୍ତୁ କିପରି ରହିବେ ସୁସ୍ଥ ?

ଓଡ଼ିଶା ଭାସ୍କର: ନାଇଟ୍ ସିଫ୍ଟ ଚାକିରି ଅନେକଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ହସ୍ପିଟାଲ, ଥାନା, ଅଗ୍ନିଶମ ବାହିନୀ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ଅନେକ ସ୍ଥାନରେ ନାଇଟ୍ ସିଫ୍ଟରେ କାମ କରିବାକୁ ପଡ଼ୁଛି । ତେବେ ନାଇଟ୍ ସିଫ୍ଟରେ ଚାକିରି କରିବା ସ୍ୱାସ୍ଥ୍ୟ ପାଇଁ ଅନେକ ଦୃଷ୍ଟିରୁ କ୍ଷତିକାରକ ହୋଇପାରେ। ଏହା ଭୋକ ଏବଂ ଖାଇବା ଅଭ୍ୟାସକୁ ଖରାପ କରିପାରେ । ବ୍ରିଟେନର ବ୍ରିଷ୍ଟଲ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି ଯେ ନାଇଟ୍ ସିଫ୍ଟରେ କାମ କରିବା ଦ୍ୱାରା ଭୋକ ଓ ଖାଇବା ଅଭ୍ୟାସ ବାଧାପ୍ରାପ୍ତ ହୋଇଥାଏ ଏବଂ ବେଳେବେଳେ ଓଜନ ବଢିଥାଏ । ଶରୀରର ଜୈବିକ ଘଡ଼ିରେ ବାଧା ସୃଷ୍ଟି ହେବା କିମ୍ବା ନାଇଟ୍ ସିଫ୍ଟ କାମ ଯୋଗୁଁ ସର୍କାଡିଆନ୍ ଭୋକ ନିୟନ୍ତ୍ରଣ କରୁଥିବା ହର୍ମୋନ୍ କୁ ପ୍ରଭାବିତ କରିଥାଏ। ନାଇଟ୍ ସିଫ୍ଟରେ କାମ କରିବା ଦ୍ୱାରା ଶରୀରର ବାୟୋଲୋଜିକାଲ କ୍ଲକ୍ ବା ସର୍କାଡିଆନ୍ ରିଦମ୍ ବାଧାପ୍ରାପ୍ତ ହୋଇଥାଏ। ଏହା ଆମ ଶରୀରକୁ କେତେବେଳେ ଶୋଇବାକୁ ହେବ ଓ କେବେ ଉଠିବାକୁ ହେବ ତାହା କହିଥାଏ। ସର୍କାଡିଆନ୍ ରିଦମ୍ ରେ ବିଭ୍ରାଟ ଯୋଗୁଁ ଭୋକ ଏବଂ ଖାଇବା ଅଭ୍ୟାସରେ ପରିବର୍ତ୍ତନ ହୋଇପାରେ ।

ନାଇଟ୍ ସିଫ୍ଟ କର୍ମଚାରୀମାନେ କ’ଣ କରିବା ଉଚିତ୍ ?
ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକମାନେ ଭୋକ ଏବଂ ଖାଇବା ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ନିମ୍ନଲିଖିତ ଜିନିଷଗୁଡ଼ିକର ଯତ୍ନ ନେଇପାରିବେ:
– ରାତିରେ କାମ କରୁଥିବା ଲୋକମାନେ ନିୟମିତ ସମୟରେ ଖାଦ୍ୟ ଖାଇବା ଉଚିତ।
– ଜଙ୍କଫୁଡ୍ ଓ ମିଠା ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ ।
– ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଦ୍ୱାରା ଭୋକ ନିୟନ୍ତ୍ରଣ ହୋଇଥାଏ ।
– ବ୍ୟାୟାମ କରିବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ ।

Get real time updates directly on you device, subscribe now.