Breaking: ଭାରତୀୟ ଟେଷ୍ଟ ଟିମର ନୂଆ ଅଧିନାୟକ ହେଲେ ଶୁବମନ ଗିଲ୍

ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ।

ନୂଆଦିଲ୍ଲୀ:  ଟିମ୍ ଇଣ୍ଡିଆକୁ ମିଳିଲା ନୂଆ ଅଧିନାୟକ। ନୂଆ ଟେଷ୍ଟ କ୍ୟାପଟେନ ହେଲେ ଶୁବମନ ଗିଲ୍। ଇଁଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ୍ ଟିମ୍। ଘୋଷଣା ହେଲା ୧୮ ଜଣିଆ ଭାରତୀୟ ଦଳ। ଉପ ଅଧିନାୟକ ହେଲେ ରିଷଭ ପନ୍ତ।

ଟେଷ୍ଟ ଦଳକୁ ଫେରିଲେ କରୁଣ ନାୟର। ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ୍, କରୁଣ ନାୟର, ନୀତିଶ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ଓ୍ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଟେଷ୍ଟରେ ସାମିଲ।

ଯଦି ଦେଖିବା ଗିଲ୍ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୯ଟି ପାଳିରେ ୧୮୯୩ ରନ୍ କରିଛନ୍ତି। ହାରାହାରି ୩୫.୦୫ ହାରରେ କରିଛନ୍ତି ରନ୍। ଯେଉଁଥିରେ ୫ଟି ଶତକ ଓ ୭ଟି ଅର୍ଦ୍ଧଶତକ ସାମିଲ। ଏହାସହ ୩୨ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଗିଲ୍।