fbpx

ଟେଷ୍ଟରେ ଶୁଭମନଙ୍କ ଲାଗୁନି ମନ; ବାରମ୍ବାର ସୁଯୋଗକୁ ନେଇ ଉଠୁଛି ଏପରି ପ୍ରଶ୍ନ

Advertisement

ନୂଆଦିଲ୍ଲୀ: ଶୁଭମନ ଗିଲ୍ ଟେଷ୍ଟ କ୍ରିକେଟରେ କ୍ରମାଗତ ଭାବେ ଫ୍ଲପ୍ ହେଉଥିବା ଜଣାପଡିଛି । ଗିଲ୍ ଙ୍କୁ ଲଗାତାର ସୁଯୋଗ ଦିଆଯାଉଛି, ଯାହାର ଫାଇଦା ଉଠାଇବାରେ ସେ ସକ୍ଷମ ନୁହଁନ୍ତି। ଯଦି ଆପଣ ଗିଲଙ୍କ ଶେଷ ୧୦ ଟି ଟେଷ୍ଟ ଇନିଂସକୁ ଦେଖନ୍ତି ତେବେ ଆପଣଙ୍କ ମନରେ ଏକ ସରଳ ପ୍ରଶ୍ନ ଉଠୁଛି, ତାଙ୍କୁ ଲଗାତାର ସୁଯୋଗ କାହିଁକି ଦିଆଯାଉଛି ? ଗତ ୧୦ ଟି ଟେଷ୍ଟ ଇନିଂସରେ ଗିଲଙ୍କ ବ୍ୟାଟ୍ ରୁ କୌଣସି ଅର୍ଦ୍ଧଶତକ ବାହାରି ନାହିଁ।

ଆଜିକାଲି ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ର ପ୍ରଥମ ଇନିଂସରେ ମଧ୍ୟ ଗିଲ୍ ଫ୍ଲପ୍ ହୋଇଥିଲେ। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଗିଲ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଗତ ୧୦ ଟି ଇନିଂସରେ ଗିଲ ମାତ୍ର ଥରେ ୩୦ ରନ୍ ଅତିକ୍ରମ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ‘ଫ୍ଲପ୍ ଗିଲ୍’କୁ ଆଉ କେତେଦିନ ପର୍ଯ୍ୟନ୍ତ ଏଭଳି ସୁଯୋଗ ମିଳିବ?

ବିଦେଶୀଙ୍କ ସହ ଗିଲ ଘରୋଇ ମାଟିରେ ମଧ୍ୟ ଫ୍ଲପ୍ ହେଉଥିବା ଜଣାପଡିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଦୁଇଟି ଟେଷ୍ଟ୍ ଖେଳିଥିଲା। ଆଫ୍ରିକା ବିପକ୍ଷ ଦୁଇଟି ମ୍ୟାଚ୍ ର ୪ଟି ଇନିଂସରେ ଗିଲ୍ ଯଥାକ୍ରମେ ୨, ୨୬, ୩୬ ଓ ୧୦ ରନ୍ କରିଥିଲେ। ଏହାପରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଗିଲ ମାତ୍ର ୨୩ ରନ୍ କରିଥିଲେ।

Get real time updates directly on you device, subscribe now.