ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିବେ ଶୁକ୍ର; ଚମକିବ ଏହି ୩ ରାଶିର ଲୋକଙ୍କ ଭାଗ୍ୟ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହଙ୍କୁ ଦୈତ୍ୟ ଗୁରୁ କୁହାଯାଏ, ସୋଥିପାଇଁ ତାଙ୍କୁ ଗୁଗୁଙ୍କ ଆକ୍ଷା ଦିଆଯାଇଥାଏ। ଶୁକ୍ର ମହାଗ୍ରହଙ୍କୁ ସମ୍ମାନ, ବିଳାସ, ଧନ ଓ ପ୍ରସିଦ୍ଧିର କାରକ ବୋଲି ବି ବିବେଚନା କରାଯାଏ । ବର୍ତମାନ ଶୁକ୍ର ମହାଗ୍ରହ ବିଶାଖା ନକ୍ଷତ୍ରରେ ବସିଛନ୍ତି । ଜ୍ୟୋତିଷ ଗଣନା ଅନୁଯାୟୀ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୬ ତାରିଖରେ ଶୁକ୍ର ନକ୍ଷତ୍ର ବଦଳାଇବାକୁ ଯାଉଛନ୍ତି।

ଶୁକ୍ର ଅକ୍ଟୋବର ୧୬ ତାରିଖ ଦିନ ୧୨ଟା ୧୨ମିନିଟରେ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ର ପରିବର୍ତ୍ତନ ୩ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଉଛି । ଚମକିବ ଏହି ରାଶିର ଲୋକମାନଙ୍କ ଭାଗ୍ୟ । ଏଥିସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ…

୧. ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ଶୁକ୍ର ନକ୍ଷତ୍ର ପରିବର୍ତ୍ତନ ଖୁସି ଖବର ଆଣିପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଚାକିରି କରୁଥିବା ଲୋକଙ୍କ ଦରମା ବୃଦ୍ଧି ହେବା ସହ ପଦୋନ୍ନତି ମଧ୍ୟ ହୋଇପାରିବ। ଯେଉଁମାନେ ବ୍ୟବସାୟ କରିବେ ସେମାନଙ୍କର ଗ୍ରାହକଙ୍କ ସହ ଦୃଢ଼ ସମ୍ପର୍କ ରହିବ। ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ଫଳ ପାଇପାରିବେ।

୨. ଧନୁ ରାଶି
ଧନୁ ରାଶିର ଲୋକଙ୍କୁ କ୍ୟାରିୟରରେ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ନୂଆ ଡିଲ୍ ଚୂଡ଼ାନ୍ତ ହୋଇପାରେ, ଯେଉଁଥିରେ ଲାଭ ମଧ୍ୟ ବିପୁଳ ହେବ। ଲାଭର ନୂତନ ଉତ୍ସ ସୃଷ୍ଟି ହୋଇପାରେ, ଯାହା ଦ୍ୱାରା ଆପଣ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖିପାରିବେ । ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଏଥିରୁ ମୁକ୍ତି ପାଇପାରିବେ । କର୍ମକ୍ଷେତ୍ରରେ ନିଷ୍ଠାର ସହ କାମ କରନ୍ତୁ।

୩. କୁମ୍ଭ ରାଶି
ଅନୁରାଧା ନକ୍ଷତ୍ରରେ ଶୁକ୍ରଙ୍କ ଗୋଚର ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଧନ ସମସ୍ୟାରୁ ମୁକ୍ତି ମିଳିପାରେ। ପଦୋନ୍ନତି ପାଇନଥିବା ଚାକିରି କରୁଥିବା ଲୋକମାନେ ଖୁସି ଖବର ଶୁଣିପାରନ୍ତି। ବସ୍ ଆପଣଙ୍କ କାମରେ ଖୁସି ହୋଇପାରନ୍ତି। ଆପଣଙ୍କୁ ନୂତନ ଦାୟିତ୍ୱ ମଧ୍ୟ ଦିଆଯାଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ।

Get real time updates directly on you device, subscribe now.