fbpx

ଆଜିଠାରୁ ରାଜ୍ୟର ଏହି ସହରରେ ଲାଗୁ ହେଲା ସଟଡାଉନ୍

ରାଉରକେଲା, ୧୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ରାଜ୍ୟର ସର୍ବାଧିକ ୫୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ରାଉରକେଲାରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ସଟଡାଉନ୍ ଯୋଗୁଁ ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେବେ କୋଭିଡ୍ ଯାଞ୍ଚକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପୋଲିସର ୩୦ଟି ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି ।

ତେବେ ଏନେଇ ଏସପି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯାଞ୍ଚ ପାଇଁ ଜିଲ୍ଲାର ୩୦ଟି ସ୍ଥାନ ନିର୍ଦ୍ଧାରଣ କରାଯିବା ସହ ଏହିସବୁ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରିବାକୁ ସ୍ଥିର ହୋଇଛି । ପାଟ୍ରୋଲିଂ ପାଇଁ ୩୦ଟି ପିସିଆରକୁ ନିୟୋଜିତ କରାଯାଇଛି । ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରରୁ ରାଉରକେଲାକୁ ଆସୁଥିବା ସମସ୍ତ ବସ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

Get real time updates directly on you device, subscribe now.