fbpx

ଅସୁସ୍ଥ ପୁଅର ଇଚ୍ଛା ପୂରଣ କଲା ମା’…ତିଆରି କଲା ଫ୍ରୁଟ୍ସ ବର୍ଗର, ଲୋକେ ଦେଖି ହେଲେ ଭାବବିହ୍ୱଳ

ନୂଆଦିଲ୍ଲୀ : ଜଣେ ମା’ ତା ପିଲା ପାଇଁ ସବୁ କିଛି କରିପାରେ । ଦୁନିଆ ସହ ଲଢିପାରେ ଏବଂ ଦୁନିଆକୁ ଜିତିପାରେ । ସାମାନ୍ୟ ଖାଦ୍ୟ ତିଆରି କ’ଣ ତା’ ପାଇଁ ବଡ କଥା? ଅସୁସ୍ଥ ପୁଅର ଇଚ୍ଛା ପୂରଣ କରିବା ପାଇଁ ଜଣେ ମା’ ଏଭଳି ଏକ ଖାଦ୍ୟ ତିଆରି କରିଛନ୍ତି ଯାହାକୁ ସାରା ଦୁନିଆ ପ୍ରଂଶସା ନ କରି ରହିପାରୁନି ।

ଏଠାରେ ମା ଏବଂ ପୁଅର ସ୍ନେହର ପ୍ରତୀକ ବର୍ଗର ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ନିଜ ଅସୁସ୍ଥ ସନ୍ତାନର ଇଚ୍ଛା ପୂରଣ କରିବା ପାଇଁ, ଜଣେ ମାତା ଏପରି ଏକ ଉପାୟ କରିଥିଲେ, ଯାହା ଲୋକଙ୍କୁ ଭାବବିହ୍ୱଳ କରି ଦେଇଛି । ଏହି ପୋଷ୍ଟକୁ ଶିଶୁର ଭଉଣୀ ଟ୍ୱିଟର ମାଧ୍ୟମରେ ସେୟାର କରିଛନ୍ତି । ଝିଅଟି ନିଜ ଟ୍ୱିଟରେ ଏକ ଫଟୋ ସେୟାର କରି ଲେଖିଛନ୍ତି ମୋ ଭାଇ ଅସୁସ୍ଥ ଅଛନ୍ତି। ସେ ବର୍ଗର ଖାଇବା ପାଇଁ ଇଚ୍ଛା କରିବାରୁ ମୋ ମା ଇନଷ୍ଟାମାର୍ଟରୁ ଫଳ ଅର୍ଡର କରିଥିଲେ ଏବଂ ତାଙ୍କ ପାଇଁ ଏହି ସ୍ୱତନ୍ତ୍ର ବର୍ଗର ତିଆରି କରିଥିଲେ । ଯାହାକୁ ଫଟୋରେ ଆପଣ ଦେଖିପାରୁଥିବେ , ସେଓ ଟିକୁ ମଝିରୁ କଟା ହୋଇଛି । ତା’ ଭିତରେ କଦଳୀ, କିୱି , ତରଭୁଜ ଏବଂ ଅଙ୍ଗୁର ଭର୍ତ୍ତି କରାଯାଇଛି । ଯାହା ଏକଦମ୍ ବର୍ଗର ଭଳି ଦିଶୁଛି ।

 

ଏହି ଟୁଇଟ୍ ‘ଡି’ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ବର୍ତ୍ତମାନ ଏହି ଟୁଇଟ୍ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍ ଦେଖି ଲୋକମାନେ ମଧ୍ୟ ବହୁତ ଭାବପ୍ରବଣ ହୋଇଛନ୍ତି । ଟ୍ୱିଟରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଶୀଘ୍ର ଆସୁଛି। ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ ଲେଖିଛନ୍ତି – ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି ମା’ଙ୍କ ପାଖରେ । ସେହି ସମୟରେ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଏପରି ବର୍ଗର ତିଆରି କରିଥିବା ମା’ଙ୍କୁ ତୋପ ସଲାମ ଦିଆଯାଇ ଅଭିବାଦନ ଦିଆଯିବା ଉଚିତ୍ ।

Get real time updates directly on you device, subscribe now.