fbpx
BSKY SKY
BSKY SKY

ସାମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ବୈଠକ : ସବୁ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ; ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା

BSKY

ଭୁବନେଶ୍ୱର: ବଙ୍ଗୋପସାଗରେ ସାମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ବୈଠକ । ସବୁ ବିଭାଗକୁ ସଜାଗ ରହିବା ପାଇଁ ଦିଆଗଲା ନିର୍ଦ୍ଦେଶ । ରାଜ୍ୟରେ ଆଗକୁ ଆସିବାକୁ ଥିବା ବାତ୍ୟାକୁ ନେଇ ପ୍ରସ୍ତୁତି ବୈଠକ ଡାକିଛନ୍ତି ଏସଆରସି । ଏହି ବୈଠକରେ ବିଭିନ୍ନ ବିଭାଗ ପ୍ରସ୍ତୁତ ରହିଥିଲେ । ଏହା ସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲା ଯିବାକୁ ନେଇ ସୂଚନା ଦିଆଯାଇଛି ।କାଲି ଠାରୁ ଏହାକୁ ଖୋଲା ରଖିବା ପାଇଁ ସୂଚନା ଦିଆଯାଇଛି । ସବୁ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ପ୍ରତି ମେ ମାସରେ ବାତ୍ୟା ଆସିବା ସ୍ୱଭାବିକ ତେଣୁ ଏହାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ପାଇଁ ଡାକରା ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ମଧ୍ୟ କୁହାଯାଇଛି । ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ରହୁଥିବାକୁ କେବଳ ପ୍ରତ୍ୟେକ ଲୋକଙ୍କ ଜୀବନ ସୁରକ୍ଷିତ ରହିବ ସେହି ଦିଗ ଉପରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ, ଅଗ୍ନିଶମ ବାହାନୀ, ଏନଡିଆରଏଫ ସବୁ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।

ସୂଚନାମୁତାବକ ପୂର୍ଣ୍ଣିମା ଯେତିକି ପାଖେଇ ଆସୁଛି ସମୁଦ୍ର ସେତିକି ଅଶାନ୍ତ ହୋଇ ଉଠୁଛି । ଆସନ୍ତା ଚାରି ଦିନରେ କାଳବୈଶାଖୀ ସମ୍ଭାବନା ଥିବା ବେଳେ ଆଗାମୀ ଦିନରେ ବାତ୍ୟା ଓ ଲଘୁଚାପର ଆଶଙ୍କା କରାଯାଉଛି ।ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବାନା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡିଶାରେ ଏହାର ପ୍ରଭାବ ରହିବ କି ନାହିଁ, ସେ କୌଣସି କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏପର୍ଯ୍ୟନ୍ତ ବାତ୍ୟା ବା ଲଘୁଚାପକୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଓଡିଶାକୁ ଏହାର ପ୍ରଭାବ କ’ଣ ରହିବ ସେନେଇ ମଧ୍ୟ କୌଣସି ଠୋସ୍ ସୂଚନା ମିଳିନାହିଁ ।

Get real time updates directly on you device, subscribe now.