fbpx

ଅଧିକ ଲୁଣ ଖାଇଲେ କେବଳ ଉଚ୍ଚ ରକ୍ତଚାପ ନୁହେଁ; ଶରୀରରେ ଘର କରିପାରେ ଏହିସବୁ ରୋଗ, ସମୟ ପୂର୍ବରୁ ହୋଇଯାଆନ୍ତୁ ସତର୍କ

ନୂଆଦିଲ୍ଲୀ:ଖାଦ୍ୟରେ ଲୁଣର ପରିମାଣ କମ୍ ହେବା ଦ୍ୱାରା ଖାଦ୍ୟର ସ୍ୱାଦ କମିଯାଏ । ଠିକ୍ ସେହିପରି ଏହି ଲୁଣ ଅଧିକ ପଡିଯିବା ଦ୍ୱାରା ଖାଦ୍ୟର ସ୍ୱାଦ ଖରାପ ହୋଇଯିବା ସହ ସ୍ୱାସ୍ଥ୍ୟ ବି ଖରାପ ହୋଇଯାଏ । ଏହି କାରଣରୁ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଡାକ୍ତର କମ୍ ଲୁଣ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସେଲ୍ ମେଟାବଲିଜିମ୍ ରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଯେ, ଲୁଣ ଆମ ଶରୀରର ମୁଖ୍ୟ ନିୟନ୍ତ୍ରକର କାର୍ଯ୍ୟକୁ ପ୍ରଭାବିତ କରିପାରେ । ଏପରି ସ୍ଥିତିରେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ଲାଗି କିପରି ଅଧିକ ଲୁଣ ଖାଇବା କ୍ଷତିକାରକ ହୋଇଥାଏ ।
ରକ୍ତଚାପ:
ଖାଦ୍ୟରେ ଅଧିକ ଲୁଣ ଖାଇବା ଦ୍ୱାରା ବ୍ୟକ୍ତି ଉଚ୍ଚ ରକ୍ତଚାପର ଶିକାର ହୋଇପାରେ । ଏପରି ସ୍ଥିତିରେ ଖାଦ୍ୟରେ ଅଧିକ ଲୁଣ ମିଶାଇବା ଓ ରନ୍ଧା ଖାଦ୍ୟରେ ଉପରେ ଲୁଣ ପକାଇ କେବେ ଖାଆନ୍ତୁ ନାହିଁ ।
ହୃଦରୋଗ: ଲୁଣ ଅଧିକ ଖାଇବା ଦ୍ୱାରା ହୃଦରୋଗ ଓ ଷ୍ଟ୍ରୋକର ସମ୍ଭାବନା ବଢିଯାଏ । ହୃଦୟକୁ ସୁସ୍ଥ ରଖିବା ଲାଗି ଖାଦ୍ୟମ୍ଲେୁଣ ମାତ୍ରା ସୀମିତ ରଖନ୍ତୁ । ଯଦି ଆପଣ ପ୍ରତିଦିନ ୫ ଗ୍ରାମରୁ କମ୍ ଲୁଣ ଖାଇବେ ତେବେ ଏହା ହୃଦରୋଗ, ଷ୍ଟ୍ରୋକ ଓ କରୋନାରୀ ହାର୍ଟ ଆଟାକର ବିପଦରୁ ଆପଣଙ୍କୁ ସୁରକ୍ଷା ଦେବ ।
ଡିହାଇଡ୍ରେସନ:
ଖାଦ୍ୟରେ ଅଧିକ ଲୁଣ ଶରୀରରେ ଡିହାଇଡ୍ରେସନ ସମସ୍ୟା ସୃଷ୍ଟି କରିପାରେ । ଡିହାଇଡ୍ରେସନ ସମସ୍ୟାରୁ ରକ୍ଷା ପାଇବା ଲାଗି ଖାଦ୍ୟରେ ସନ୍ତୁଳିତ ମାତ୍ରାରେ ଲୁଣ ସହିତ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ ।
ଶରୀର ଫୁଲିଯାଏ:
ଖାଦ୍ୟରେ ଲୁଣର ମାତ୍ରା ଅଧିକ ହୋଇଗଲେ ଶରୀରରେ ପାଣି ଆବଶ୍ୟକତା ଠାରୁ ଅଧିକ ଜମା ହୋଇଯାଏ । ଏହି ସ୍ଥିତିକୁ ୱାଟର ରିଟେନସନ ବା ଫ୍ଲୁଇଡ୍ ରିଟେନସନ କୁହାଯାଏ । ଏହି ଅବସ୍ଥାରେ ହାତ, ପାଦ ଓ ମୁହଁ ଫୁଲିଯାଏ ।
କିଡନୀ ସମସ୍ୟା:
ଅଧିକ ଲୁଣ ଖାଇବା ଦ୍ୱାରା କିଡନୀକୁ କ୍ଷତି ପହଞ୍ଚିଥାଏ । ଏହା ଆପଣଙ୍କ କିଡନୀକୁ ଅକାମୀ କରିଦେଇପାରେ । ଲୁଣ ଅଧିକ ଖାଇବା ଦ୍ୱାରା ପରିସ୍ରାରେ କ୍ୟାଲସିୟମ ସ୍ତର ବଢିଯାଏ । ଏହାଦ୍ୱାରା କିଡନୀ ଷ୍ଟୋନ ହେବାର ସମ୍ଭାବନା ବଢିଯାଏ ।

Get real time updates directly on you device, subscribe now.