fbpx
BSKY SKY
BSKY SKY

ପାଞ୍ଚ ଦିନ ପାଇଁ ଡକାଇଲେ ସାଂସଦର ସ୍ୱତନ୍ତ୍ର ଅଧିବେଶନ : ୧୦ଟି ବିଲ ହୋଇପାରେ ଉପସ୍ଥାପନ

BSKY

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଶ୍ଚର୍ଯ୍ୟ ଜନକ ନିଷ୍ପତି ଗ୍ରହଣ କରିଛନ୍ତି । ସରକାର ସାଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ସଂସଦୀୟ କାର୍ଯ୍ୟ ପାଇଁ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଗୁରୁବାର ଦିନ ଏକ୍ସ ପର ପୋଷ୍ଟ କରି କହିଛନ୍ତି ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୫ଟି ବୈଠକ କରାଯିବ ।

ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଧିବେଶନ ଚାଲିବ । ସେଥିରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରାଯିବ । ଏହି ବିଲ ପାଇଁ ସ୍ୱତନ୍ତ ଅଧିବେଶନ ଡକାଯାଇଛି । ପ୍ରହ୍ଲାଦ ଜୋସି ଏକ୍ସରେ ଲେଖିଛନ୍ତି ଯେ, ଅମୃତ ସମୟ ମଧ୍ୟରେ ସଂସଦର ସାର୍ଥକ ଚର୍ଚ୍ଚା ଏବଂ ଯୁକ୍ତି ତର୍କର ଅପେକ୍ଷା କରିଛନ୍ତି ।

କୁହାଯାଉଛି ଯେ, ସଂସଦର ମାନସୁନ ଅଧିବେଶନ ଜୁଲାଇ ୨୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ମଣିପୁର ହିଂସାକୁ ନେଇ ଦରଇ ସଂସଦ ମଧ୍ୟରେ ବହୁତ ଜୋରରେ ହଙ୍ଗାମା ହୋଇଥିଲା ।

Get real time updates directly on you device, subscribe now.