fbpx

ପୁଟିନଙ୍କ ପରେ ବଡ଼ ନିଷ୍ପତି ନେଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ନଆସି ପାରନ୍ତି ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତର ନେତୃତ୍ୱରେ ହେବାକୁ ଥିବା ଜି-୨୦ ନେତା ମାନଙ୍କ ସମ୍ମିଳନୀରେ ଯୋଗ ନଦେଇ ପାରନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ । ଏନେଇ ବିଶ୍ୱସ୍ତ ସୁତ୍ରରୁ ରିପୋର୍ଟ ମିଳିଛି । ଚୀନ୍‌ରେ ଭାରତୀୟ ଦୂତାବାସରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଜିନପିଙ୍ଗଙ୍କ ବଦଳରେ ଲି କ୍ୱିଆଙ୍ଗ ଚୀନ୍‌ର ପ୍ରତିନିଧୀ ରୂପେ ଯୋଗ ଦେଇ ପାରନ୍ତି । ତେବେ ଏହି ଖବର ସମ୍ପର୍କରେ ଭାରତ ଏବଂ ଚୀନ୍ ବୈଦେଶିକ ମନ୍ତ୍ରଳାୟ ମୁଖପାତ୍ରଙ୍କ ପାଖରୁ କୌଣସି ସୂଚନା ମିଳିପାରି ନାହିଁ ।

ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବିଶ୍ୱର ଦୁଇ ଶକ୍ତିଶାଳୀ ନେତା ଜୋ ବାଇଡେନ୍ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତକାର ହୋଇପାରେ ବୋଲି ଆଶା କରାଯାଉଛି । ଯାହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଚାଲିଥୀବା ଆର୍ଥିକ ଶୀତଳ ଯୁଦ୍ଧ ସମାପ୍ତ ହୋଇପାରିବ। ଇଣ୍ଡୋନେସିଆରେ ହୋଇଥିବା ପୁର୍ବ ଜି-୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ସି ଜିନପିଙ୍ଗ ମଧ୍ୟରେ ଆଲୋଚନା ହୋଇଥିଲା । ପୁର୍ବରୁ ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ବାଇଡେନ୍ ସବୁଜ ସଙ୍କେତ ଦେଇ ସାରିଥିବା ବେଳେ ଏବେ ସି ଜିନପିଙ୍ଗ ଗସ୍ତକୁ ନେଇ ସସମ୍ପନ୍ସ ଆରମ୍ଭ ହୋଇଛି ।

ଏହା ପୁର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରି ସାରିଛନ୍ତି କି ସେ ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସୁ ନାହାନ୍ତି । ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗିଏ ଲାଭ୍ରୋବ୍ ପ୍ରତିନିଧିତ୍ୱ କରିବେ । ତେବେ ଜଣେ ଭାରତୀୟ ।ଧିକାରୀ କହିଛନ୍ତି ଯେ, ଏହା ଆମକୁ ଜଣା ଅଛି ଯେ, ଜିନପିଙ୍ଗ ସ୍ଥାନରେ ତାଙ୍କ ଜଣେ ପ୍ରତିନିଧି ଭାରତ ଗସ୍ତରେ ଆସିବେ ।

Get real time updates directly on you device, subscribe now.