fbpx

ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାକୁ ଅମଙ୍ଗ ସିଦ୍ଧୁ, ପଞ୍ଜାବ କଂଗ୍ରେସ ପାଇଁ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ: କଂଗ୍ରେସ ପାଇଁ ସଂକଟ ବଢ଼ିବାରେ ଲାଗିଛି । ପଞ୍ଜାବରେ ଏହି ସମସ୍ୟାକୁ ଆହୁରି ତେଜିଛନ୍ତି ନଭଜୋଦ୍ ସିଂହ ସିଦ୍ଧୁ । ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର୍ ମିଳିଥିବାବେଳେ ସେ ଏଥିରେ ପୂର୍ଣ୍ଣ ସହମତ ହୋଇନାହାନ୍ତି । ଓଲଟି କହିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦରଙ୍କ ସହ କାମ କରିବା କଷ୍ଟକର । ତାଙ୍କ ଅଧୀନରେ ସେ କାମ କରିବେ ନାହିଁ ବୋଲି ସ୍ପଷ୍ଟ କହିବା ପରେ ରାଜନୀତି ଚର୍ଚ୍ଚା ଜୋର୍ ଧରିଛି । ଏପରିକି କଂଗ୍ରେସର ଅନ୍ତଃକନ୍ଦଳକୁ ସମାଧାନ କରିବା ପାଇଁ ୩ ଜଣିଆ ଦଳୀୟ ମଣ୍ଡଳୀକୁ ସିଦ୍ଧୁ ଏନେଇ ନିଜ ମତ ଦେଇଥିବା କୁହାଯାଉଛି । ଯଦି ବି ସେ ଉପମୁଖ୍ୟମନ୍ତ୍ରୀ ପଦକୁ ଗ୍ରହଣ କରନ୍ତି ତେବେ ଏହା ତାଙ୍କ ପାଇଁ ସହଜ ହେବ ନାହିଁ ବୋଲି କହିଥିବା ଚର୍ଚ୍ଚା ହେଉଛି ।

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ନେଇ ସିଦ୍ଧୁ ଅସନ୍ତୋଷ ରହିଛନ୍ତି । ଶାନ୍ତି ମଣ୍ଡଳୀ ଆଗରେ ସେ ଅଭିଯୋଗ କରିଛନ୍ତି ଯେ ଦଳରେ ବିଧାୟକ, ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯାଉଛି । ସିଦ୍ଧୁଙ୍କ ଏଭଳି ଅସନ୍ତୁଷ୍ଟ ମତବ୍ୟକ୍ତକୁ ନେଇ ଆଗାମୀ ପଞ୍ଜାମ ବିଧାନସଭା ନିର୍ବାଚନ ସମ୍ପର୍କରେ ରାଜନୀତିକ ଚର୍ଚ୍ଚା ଜୋର୍ ଧରିଛି । ଏଭଳି ସ୍ଥିତି ଜାରି ରହିଲେ ନିର୍ବଚନରେ କଂଗ୍ରେସ ପାଇଁ ବହୁତ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବିଶାରଦମାନେ କହୁଛନ୍ତି । ଅନ୍ୟପକ୍ଷରେ ଦଳର ଅନ୍ତକନ୍ଦଳକୁ ସମାଧାନ ପାଇଁ ଗଠିତ ସ୍ୱତନ୍ତ୍ର ଟିମ୍ ଚଳିତ ସପ୍ତାହରେ କିଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.