ଫୁଟବଲ୍ ଖେଳାଳି ରୋନାଲ୍ଡୋଙ୍କ ଗୋଟିଏ ଇସାରା, କୋକା-କୋଲାର ବୁଡିଗଲା ୨୯,୩୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ସଂପ୍ରତି ଦୁନିଆର ବଡ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଛୋଟ କାମ କୋକା-କୋଲାର ଖେଳ ବିଗାଡି ଦେଇଛି। ୟୁରୋ ୨୦୨୦ ଟୁର୍ଣ୍ଣାମେଣ୍ଟରେ ପର୍ତ୍ତୁଗାଲର ହଙ୍ଗେରି ବିପକ୍ଷ ମୁକାବିଲା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ରୋନାଲ୍ଡୋ ନିଜ ସାମ୍ନାରେ ଥିବା କୋକା କୋଲା ବୋତଲକୁ ହଟାଇ ଦେଇଥିଲେ। ଏହି କାରଣରୁ ଦୁନିଆର ଦିଗଜ କମ୍ପାନୀ କୋକା-କୋଲାକୁ ୨୯,୩୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। କ୍ରିଷ୍ଟିଆନୋ ରୋନାଲ୍ଡୋ ଫୁଟବଲ ଜଗତର ସୁପରଷ୍ଟାର ଖେଳାଳି। ସେ ଯାହା ବି କିଛି କରନ୍ତି ତାର ପ୍ରଭାବ ପଡିଆ ବାହାରେ ମଧ୍ୟ ପଡିଥାଏ। ପର୍ତ୍ତୁଗାଲର ଅଧିନାୟକ ରୋନାଲ୍ଡୋ ହଙ୍ଗେରି ବିପକ୍ଷ ମୁକାବିଲା ପୂର୍ବରୁ କ୍ରୋଧରେ ଚିତ୍କାର କରି କହିଥିଲେ ଯେ, କୋଲ୍ଡ ଡ୍ରିଙ୍କ୍ସ ନୁହେଁ, ଆମକୁ ପାଣି ପିଇବାର ଅଭ୍ୟାସ୍ ରଖିବା ଉଚିତ୍।

ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ, ପର୍ତ୍ତୁଗାଲର ତାରକା ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ ଦୁନିଆର ସବୁଠୁ ଫିଟ୍ ଖେଳାଳିଙ୍କ ମଧ୍ୟରୁ ଜଣେ। ୩୬ ବର୍ଷ ବୟସରେ ମଧ୍ୟ ସେ ୧୦ ବର୍ଷରୁ ସାନ ଖେଳାଳିଙ୍କୁ ଫିଟନେସରେ ଟକ୍କର ଦେବାର କ୍ଷମତା ରଖିଛନ୍ତି। କୋକା-କୋଲା ୟୁରୋ-୨୦୨୦ର ପ୍ରାୟୋଜକ ଥିଲେ ମଧ୍ୟ ରୋନାଲଙ୍କ ଏହି କାମ ଯୋଗୁଁ ବାକି ସମସ୍ତେ ପାଣି ପିଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଷ୍ଟାର ଖେଳାଳିଙ୍କ ଏହି ପଦକ୍ଷେପରେ କୋକା-କୋଲା ବ୍ରାଣ୍ଡର ଆୟରେ ୪ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୨୯,୩୦୦ କୋଟି ଟଙ୍କା ହ୍ରାସ ଘଟିଛି।

 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ କୋକା-କୋଲାର ଅଂଶଧନର ମୂଲ୍ୟ ୫୬.୧୦  ଡଲାରରୁ ହ୍ରାସ ପାଇ ୫୫.୨୨ ରହିଛି। ଏହାର ବ୍ରାଣ୍ଡ ବଜାରରେ ୨୪୨ ବିଲିୟନରରୁ ୨୩୮ ବିଲିୟନକୁ ଖସି ଆସିଛି। ରୋନାଲ୍ଡୋଙ୍କ ଏହି ପଦକ୍ଷେପରେ କୋକା-କୋଲା କମ୍ପାନୀ ବିରୋଧରେ ପ୍ରତିକୂଳ ମାହୋଲ ତିଆରି ହୋଇଛି ଏବଂ ଏହାର ପ୍ରଭାବ କମ୍ପାନୀର ସେୟାର ମୂଲ୍ୟ ଉପରେ ପଡିଛି।

 

Get real time updates directly on you device, subscribe now.

Comments
Loading...