fbpx

ରାଜ୍ୟରେ କୋହଳ ହେଲା କଟକଣା, ସକାଳ ୬ଟାରୁ ସନ୍ଧ୍ୟା ୫ ଖୋଲା ରହିବ ଦୋକାନ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ କୋହଳ କରିଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ଅବଶିଷ୍ଟ ୧୩ଟି ଜିଲ୍ଲାରେ ଦୋକାନ, ବଜାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଏକ ବିଶେଷ ସୂତ୍ରରୁ ଏହି ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡ଼ିଛି ।

ରାଜ୍ୟରେ ଜୁଲାଇ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍

ଆଂଶିକ ଲକଡାଉନ ଆସନ୍ତା ଜୁଲାଇ ମାସ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ କରୋନା ପଜିଟିଭ ହାର ୫ ପ୍ରତିଶତରୁ କମ୍ ଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସଂକ୍ରମର ହାର ଅଧିକ ରହିଛି । ତେଣୁ ବିଭିନ୍ନ ଅଞ୍ଚଳରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.